fbpx

ଆଗାମୀ ୫ ଦିନ ଆକାଶରୁ ହେବ ଅଗ୍ନିବର୍ଷା: ଏହି ରାଜ୍ୟ ପାଇଁ IMDର ହାଇଆଲର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ଉତ୍ତାପ ବଢ଼ିବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଅନୁସାରେ, ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ଦିଲ୍ଲୀ, ଜମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶରେ ଏବେ ଗରମରୁ ତ୍ରାହି ମିଳିବ ନାହିଁ । ଆଗାମୀ ୪ରୁ ୫ ଦିନରେ ଗରମର ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ଏବେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ ।

ବର୍ତ୍ତମାନ ପାଣିପାଗ ଶୁଖିଲା ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗ ଅନୁସାରେ, ଉତ୍ତର, ପଶ୍ଚିମ ଓ ମଧ୍ୟ ଭାରତରେ ଗରମରୁ ତ୍ରାହି ପାଇବାର କୌଣସି ଆଶା ନାହିଁ । ଶୁଖିଲା ପାଗ ଯୋଗୁଁ ଖରାଦିନେ ସୂର୍ଯ୍ୟଙ୍କ ପ୍ରକୋପ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବ । ରାଜସ୍ଥାନର ବାନ୍ସୱାଡାରେ ଦିନର ତାପମାତ୍ରା ପ୍ରାୟ ୪୨.୧ ଡିଗ୍ରୀ ଉପରେ ରହୁଛି । ଏହା ସହ ଜାମ୍ମୁରେ ଅଧିକାଂଶ ତାପାମାତ୍ରା ୩୭.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.