fbpx
BSKY
BJD YOUTH SKY
BJD MS SKY

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସ୍: ପ୍ରାଣ ହରାଇଲେ ସାକ୍ଷୀ ପ୍ରଭାକର ସେଲ୍, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ମୁମ୍ବାଇ: ମୁମ୍ବାଇ ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ଥିବା ପ୍ରଭାକର ସୈଲଙ୍କର ଅକାଳ ବିୟୋଗ ହୋଇଛି । କ୍ରୁଜ୍ ରେଡ୍ ହେବା ସମୟରେ ସେ ଟିମର ସଦସ୍ୟ ଗୋସାବୀଙ୍କ ସହ ଥିଲେ । ତେବେ ରେଡ୍ ପରେ ଏବଂ ଅଭିନେତା ଶାହାରୁଖଙ୍କ ପୁଅ ଆରୟନ ଖାନଙ୍କ ସମେତ ଅନ୍ୟ କେତେଜଣଙ୍କୁ ଗିରଫ କରାଯିବା ପରେ କେପି ଗୋସାବି ସୈମ୍ ନାମକ ଜଣେ ବ୍ୟକ୍ତିଙ୍କ ସହ ଫୋନରେ କଥା ହୋଇଥିଲେ । ଏହି ସମୟରେ ସେ ୨୫ କୋଟି ଟଙ୍କାର ଡିଲ କରିଥିଲେ । ଯେଉଁଥିରେ ଉଭୟ ଗୋସାବି ଓ ଏନସିବି ଶାଖା ମୁଖ୍ୟ ସମୀର ୱାଙ୍ଖଡେଙ୍କ ଭାଗବଣ୍ଟା ହୋଇଥିଲା ବୋଲି ପ୍ରଭାକର ସାକ୍ଷୀ ଦେଇଥିଲେ ।

ପ୍ରଭାକରଙ୍କ ଏହି ସାକ୍ଷୀ ପୁରା ଘଟଣାର ମୋଡ ବଦଳାଇଦେଇଥିଲା । ଗୋସାବୀଙ୍କୁ ଏହି ଯାଞ୍ଚରୁ ବାଦ ଦିଆଯାଇଥିବାବେଳେ ସମୀର ୱାଙ୍ଖଡେଙ୍କ ବିରୋଧରେ ଷଡଯନ୍ତ୍ର ଆରମ୍ଭ ହୋଇଯାଇଥିଲା ଏବଂ ତାଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ମଧ୍ୟ ଦାବି ହୋଇଥିଲା । ସମୀଙ୍କୁ ମଧ୍ୟ ଏହି ଯାଞ୍ଚରୁ ବାଦ ଦିଆଯାଇଥିଲା । ତେବେ ପ୍ରଭାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କ୍ରୁଜ୍ ମାମଲାର ଓକିଲ କହିଛନ୍ତି ।

Get real time updates directly on you device, subscribe now.