fbpx

(video)ପ୍ରଳୟଙ୍କରୀ ବର୍ଷା; ଅଚାନକ ନଦୀରେ ବନ୍ୟା ଆସି ଭାସିଗଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍

Advertisement

ହରିଦ୍ୱାର:ଉତ୍ତରାଖଣ୍ଡରେ ଆକାଶରୁ ଏବେ ଯେପରି ପ୍ରଳୟ ବରଷୁଛି । ଭୀଷଣ ବର୍ଷା ପରେ ଏଠାରେ ନଦୀଗୁଡିକ ଭୟଙ୍କର ରୂପ ଧାରଣ କରିଛି । ଉତ୍ତରାଖଣ୍ଡରେ ପୁରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ ହରିଦ୍ୱାରରେ ଏପରି ଏକ ମାମଲା ନଜରକୁ ଆସିଛି ଯାହା ଆପଣଙ୍କ ଛାତି ଥରାଇ ଦେବ । ହରିଦ୍ୱାରର ଶ୍ୟାମପୁର ଅଞ୍ଚଳରେ ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଅଚାନକ ବନ୍ୟା ଜଳରେ ଭାସି ଯାଇଥିଲା । ଭୀଷଣ ବର୍ଷା କାରଣରୁ ନଦୀର ଜଳସ୍ତର ଅଚାନକ ବଢିଯାଇଥିଲା ।

ନଦୀରେ ଅଚାନକ ଜଳସ୍ତର ବୃଦ୍ଧି ପାଇବାରୁ ବସ୍ ଡ୍ରାଇଭର ବସ୍ ଉପରେ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବସ୍ ନଦୀ ଆଡକୁ ଭାସି ଯାଇଥିଲା । ଉତ୍ତରାଖଣ୍ଡର ଉଫନତୀ ନଦୀ ମଧ୍ୟରେ ବସ୍ ନଦୀ ମଧ୍ୟକୁ ପଶିଯାଇଥିଲା । ଏହି ସମୟରେ ଯାତ୍ରୀମାନେ ଭୀଷଣ ଜୋରରେ ଚିକ୍ରାର କରିଥିଲେ । ଯାତ୍ରୀଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକମାନେ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ । ଫଳରେ କ୍ରେନ୍ ସାହାଯ୍ୟରେ ବସକୁ ନଦୀ ମଧ୍ୟରୁ ବାହାରକୁ କଢାଯାଇଥିଲା । ବସ୍ ଟି ରୁପଡିଆ ଡିପୋର ଥିଲା ଓ ହରିଦ୍ୱାର ଆଡକୁ ଆସୁଥିଲା ।

Get real time updates directly on you device, subscribe now.