fbpx

(video):ମ୍ୟାଡମ ଇତିହାସ ପଢନ୍ତୁ, ସୋସିଆଲ ମିଡିଆ ନିଶାଣରେ ସୁଧାମୂର୍ତ୍ତି, ୧୦୦ ଘଣ୍ଟା ପଢିବାର ପରାମର୍ଶ ଦେଉଛନ୍ତି ଲୋକେ , ତେବେ କାହିଁକି…

ଓଡିଶା ଭାସ୍କର: ରାଜ୍ୟସଭା ସାଂସଦ ତଥା ଇନଫୋସିସ (infosys) ର ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ରକ୍ଷାବନ୍ଧନ ଅବସରରେ ଏକ ଭିଡିଓ ଜାରି କରି ଲୋକଙ୍କୁ ଏହି ପର୍ବର ଶୁଭେଚ୍ଛା ତଥା ଶୁଭକାମନା ଜଣାଇଥିଲେ । ମାତ୍ର ଅନେକ ଲୋକ ତାଙ୍କର ଏହି ଶିଭେଚ୍ଛାକୁ ସ୍ୱୀକାର କରି ପାରିଲେ ନାହିଁ । ଲୋକେ ତାଙ୍କର ଇତିହାସ ଜ୍ଞାନ ଉପରେ ପ୍ରଶ୍ନ କରିବାରେ ଲାଗିଲେ । ଶେଷରେ ଲୋକେ ତାଙ୍କୁ ୧୦୦ ଘଣ୍ଟା ଇତିହାସ ପଢିବାକୁ ପରାମର୍ଶ ବି ଦେଇଦେଲେ ।

କହିରଖୁ, ସୁଧାମୂର୍ତ୍ତି ସୋସିଆଲ ମିଡିଆରେ ଜାରି କରିଥିବା ରକ୍ଷାବନ୍ଧନ ଶୁଭେଚ୍ଛା ଭିଡିଓରେ ଚିତ୍ତୋଡର ରାଣୀ କର୍ଣ୍ଣାବତୀ ୧୬ ଶହ ଶତାବ୍ଦୀରେ ମୋଗଲ ସମ୍ରାଟ ହୁମାୟୁନଙ୍କୁ ନିଜର ରାଜ୍ୟ ବଞ୍ଚାଇବା ପାଇଁ ତାଙ୍କ ପାଖକୁ ରାକ୍ଷୀ ପଠାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି । ଭିଡିଓରେ ସୁଧା ମୂର୍ତ୍ତି କହିଛନ୍ତି ଯେ, ରକ୍ଷାବନ୍ଧନରେ ଲମ୍ବା ଇତିହାସ ଜଡିତ ହୋଇ ରହିଛି । ରାଣୀ କର୍ଣ୍ଣାବତୀ ହୁମାୟୁନଙ୍କୁ ରାକ୍ଷୀ ପଠାଇ ଏହି ପରମ୍ପରାର ସୃଷ୍ଟି କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ଫଳରେ ଏହାକୁ ନେଇ ସେ ୟୁଜର୍ସଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ।

ସୋସିଆଲ ମିଡିଆ ତୀରରେ ଏବେ ସୁଧା ମୂର୍ତ୍ତି ଘାଇଲା ମଧ୍ୟ ହୋଇଛନ୍ତି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ତଥ୍ୟ । ସେପଟେ ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ସୁଧା ଦିନକୁ ୨୦ ଘଣ୍ଟା ଇତିହାସ ପଢିବା ଆବଶ୍ୟକ । ସେହିଭଳି ଆଉ ଜଣେ ସୋସିଆଲ ମିଡିଆ ୟୁଜର୍ସ ତ ତାଙ୍କୁ ସପ୍ତାହକୁ ୧୦୦ ଘଣ୍ଟା ପଢିବାର ପରାମର୍ଶ ମଧ୍ୟ ଦେଇ ଦେଇଛନ୍ତି ।

Get real time updates directly on you device, subscribe now.