fbpx

ଆଜି ହିଁ କିଣନ୍ତି ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ JioPhone Next, କିଣନ୍ତୁ ମାତ୍ର ୧,୯୯୯ ଟଙ୍କାରେ!

ନୂଆଦିଲ୍ଲୀ: ଜିଓ ଓ ଗୁଗୁଲ୍ ର ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ ଜିଓ ଫୋନ୍ ନେକ୍ସଟ୍ ଆଜି ହିଁ ଷ୍ଟୋର୍ ରେ ଉପଲବ୍ଧ ହୋଇଛି । ଏହି ଫୋନ୍ କୁ ଆପଣଙ୍କୁ କେବଳ ୧,୯୯୯ ଟଙ୍କା ଦେବାକୁ ହେବ ଓ ବାକି ଟଙ୍କା ଆପଣ ୧୮ରୁ ୨୪ ମାସ ଭିତରେ ଖୁବ୍ ସହଜରେ କିସ୍ତି ଦ୍ୱାରା ଦେଇପାରିବେ । କିସ୍ତିରେ ଫୋନ୍ କିଣିବା ପାଇଁ ଆପଣଙ୍କୁ ୫୦୧ ଟଙ୍କାର ପ୍ରୋସେସିିଙ୍ଗ୍ ଫିସ୍ ମଧ୍ୟ ଦେବାକୁ ହେବ । ଆଉ ଯଦି ଆପଣ ବିନା କୌଣସି କିସ୍ତିରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏକାଥରକରେ ୬,୪୯୯ ଟଙ୍କା ଦେଇ ଏହାକୁ କିଣିପାରିବେ ।

ଜିଓ ଫୋନ୍ ନେକ୍ସଟ୍ କୁ ଜିଓ ଓ ଗୁଗୁଲ ପକ୍ଷରୁ ମିଳିତ ଭାବରେ ପ୍ରସ୍ତୁତ କରାଯାଇଛି । ଜିଓ ଫୋନ୍ ନେକ୍ସଟ୍ ରେ ୧୩ ମେଗାପିକ୍ସେଲ୍ ର ରେୟାର୍ କ୍ୟାମେରା ଦିଆଯାଇଛି । ଫ୍ରଣ୍ଟ କ୍ୟାମେରା ୮ ମେଗାପିକ୍ସେଲ୍ ଦିଆଯାଇଛି । ଏହାର ସ୍କ୍ରିନ୍ ସାଇଜ୍ ୫.୪୫ ଇଞ୍ଚ ସହିତ ମଲ୍ଟିଟଚ୍ ହୋଇଛି । ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ QM-215, Quad Core upto 1.3 Ghz ପ୍ରୋସେସର୍ ଲଗାଯାଇଛି । ଫୋନ୍ ରେ ୨ ଜିବି ରାମ୍ ଏବଂ ୩୨ ଜିବି ମୋମୋରୀ ଦିଆଯାଇଛି । ବ୍ୟାଟେରୀ 3500mAH ରହିଥିବାବେଳେ ଦୁଇଟି ନାନୋ ସିମ୍ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.