fbpx

୨୦୨୫ ସୁଦ୍ଧା ସମସ୍ତ ରାଜସ୍ୱ ଗାଁକୁ ପହଞ୍ଚିବ ବିଜୁଳି: ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧର୍ନ ସିଂ ଦେଓ

ଭୁବନେଶ୍ୱର: ‘୨୦୨୫ ସୁଦ୍ଧା ସମସ୍ତ ରାଜସ୍ୱ ଗାଁକୁ ବିଜୁଳି ଯୋଗାଣ ହେବ ’, ବୋଲି ଆଜି ବିଧାନସଭାରେ ଗ୍ରାମାଞ୍ଚଳରେ ବିଦ୍ୟୁତ ସମସ୍ୟାକୁ ନେଇ ପ୍ରଶ୍ନକାଳରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଉତ୍ତର ରଖିଥିଲେ ।

ଅପହଂଚ ଅଂଚଳରେ ବିଦ୍ୟୁତ ସଂଯୋଗ ଲାଗି ଓରେଡ଼ା ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ କମିଟି ବସିବାରେ କାହିଁକି ଅନିୟମିତତା ଦେଖାଦେଇଛି ? କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପ୍ରଶ୍ନ ପଚାରିଥଲେ ବିଜେଡି ବିଧାୟକ ବଦ୍ରି ପାତ୍ର । ଏହାର ଉତ୍ତରରେ ଶକ୍ତି ମନ୍ତ୍ରୀ କେଭି ସିଂ ଦେଓ କହିଥିଲେ ୨୪ ବର୍ଷ ହେଲା ବିଜେଡି ଶାସନ କରୁଥିଲା । ଜିଲ୍ଲାସ୍ତରୀୟ କମିଟି ନ ବସିବାର କାରଣ ଆପଣ କହିପାରିବେ । ଆମେ ୩ ମାସ ହେଲା ଆସିଛୁ । ଆମେ ଆଶ୍ୱାସନା ଦେଉଛୁ କି ଏଣିକି ନିୟମିତ କମିଟି ବସିବ । ଏହା ବ୍ୟତୀୟ ସ୍ମାର୍ଟ ମିଟର ଅବ୍ୟବସ୍ଥାକୁ ନେଇ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଶକ୍ତି ସଂରକ୍ଷଣ ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତି ଶକ୍ତି ସଂରକ୍ଷଣ ଶିଖନ୍ତୁ, ମାଗଣା ବିଜୁଳି ଆଶା ରଖନ୍ତୁ ନାହିଁ । ଶକ୍ତି ସଂରକ୍ଷଣ ସଚେତନତା ପାଇଁ ଉପଭୋକ୍ତାଙ୍କୁ ମେସେଜ୍ ଓ ଭିଡ଼ିଓ ପଠାଯାଉଛି ।

Get real time updates directly on you device, subscribe now.