fbpx

୨୦୩୦ ମସିହା ସୁଦ୍ଧା ଭାରତରେ ବର୍ଷକୁ ୧୦ ନିୟୁତ ୟୁନିଟ୍‍ ଇଲେକ୍‍ଟ୍ରିକ୍‍ ଗାଡ଼ି ବିକ୍ରି ହେବ

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ୨୦୩୦ ମସିହା ସୁଦ୍ଧା ଭାରତରେ ବର୍ଷକୁ ୧୦ ନିୟୁତ ୟୁନିଟ୍‍ ଇଲେକ୍‍ଟ୍ରିକ୍‍ ଯାନ ବିକ୍ରି ହେବା ସହ ୫୦ ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ନୂଆଦିଲ୍ଳୀରେ ସୁରକ୍ଷିତ, ନିରାପଦ ଓ ନିରନ୍ତର ଭାରତୀୟ ଇଲେକ୍‍ଟ୍ରିକ ଯାନର ମାନ ସମ୍ପର୍କରେ ଏକ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ଗଡକରୀ ଏହା କହିଛନ୍ତି । ସେ କହିଛନ୍ତି, ଏପର୍ଯ୍ୟନ୍ତ ଦେଶରେ ୩ ନିୟୁତ ଇଲେକ୍‍ଟ୍ରିକ ଯାନ ପଞ୍ଜୀକୃତ ହୋଇଛି ।

ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍‍ ଅଟୋମୋବାଇଲ୍‍ ଉଦ୍ୟୋଗ ଭାବେ ଉଭା ହୋଇପାରିଛି । ତେବେ ଏହି ଉଦ୍ୟୋଗ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛି ପ୍ରଦୂଷଣ । କେବଳ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମୁକାବିଲା ଓ ଟ୍ରାଫିକ୍‍ ନିୟନ୍ତ୍ରଣ ପାଇଁ ୬୫ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ପ୍ରଦୂଷଣ ପ୍ରଭାବ କେବଳ ପରିବେଶ ଉପରେ ନୁହେଁ ବରଂ ଭାରତୀୟ ଅର୍ଥନୀତି ଉପରେ ପଡୁଛି ବୋଲି ଶ୍ରୀ ଗଡକରୀ କହିଛନ୍ତି ।

Get real time updates directly on you device, subscribe now.