fbpx
BSKY SKY
BSKY SKY

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଖାଦ୍ୟ, ୨ ମିନିଟରେ ଆସିଯିବ ନିଦ

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଶରୀର ଉପରେ ଭଲ ନିଦ୍ରାର ପ୍ରଭାବ ସିଧାସଳଖ ପଡ଼ିଥାଏ । ଯଦି ଆମେ ଭଲ ଭାବରେ ରାତିରେ ଶୋଇଥାଉ ତାହେଲେ ମନ-ମସ୍ତିସ୍କ ଖୁବ୍ ଭଲ ରହିଥାଉ । ଆଦି ଯଦି ଠିକ୍ ଭାବରେ ରାତିରେ ଶୋଇନଥାଉ ତାହେଲେ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦିଏ । କେବେ କେବେ ଏପରି ବି ହୁଏ ରାତିରେ ବାରମ୍ବାର ଆମ ନିଦ ଭାଙ୍ଗିଯାଏ । ଫଳରେ ଠିକ୍ ଭାବରେ ଶୋଇପାରିନଥାଉ । ଏହାର ପ୍ରଭାବ ଆମର ଦୈନାନ୍ଦିନ ଜୀବନରେ କରୁଥିବା କାର୍ୟ୍ୟକଳାପକୁ ପ୍ରଭାବିତ କରେ ।

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଶରୀରରେ ଥକ୍କାପଣ, କମ୍ ବା ଖରାପ ନିଦ୍ରା, ଏପରି ଅନେକ ସମସ୍ୟା ଆମେ ଖାଦ୍ୟପେୟ କାରଣରୁ ଉପୁଜିଥାଏ । ଶୋଇବା ପୂର୍ବରୁ ଆପଣ ମାନେ କଣ ଖାଦ୍ୟ ଗ୍ରହଣ କରୁଛନ୍ତି ତାର ପ୍ରଭାବ ନିଦ ଉପରେ ପଡ଼େ । ଆଉ ବାରମ୍ବାର ରାତିରେ ନିଦ ଭାଙ୍ଗିଯାଏ । ତେଣୁ ଆପଣ ନିହାତି ଜାଣିବା ଆବଶ୍ୟକ ଯେ, ଖାଇବା ପୂର୍ବରୁ କଣ ଖାଇବା ଉଚିତ୍ ଓ କଣ ନୁହେଁ । ତେବେ ଚାଲନ୍ତୁ ଏହି ସମ୍ପର୍କରେ ।

ତେବେ ଶୋଇବା ପୂର୍ବରୁ କିଛି ଏପରି ଜିନିଷ ଖାଇବା ଦରକାର । ଯାହାକୁ ଖାଇବା ପରେ ଶୀଘ୍ର ନିଦ ଆସିଯିବ । କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଖୁବ୍ ଶୀଘ୍ର ନିଦ ଆସିଥାଏ । ଏକ ଅଧ୍ୟୟନରୁ ଏହା ସାମନାକୁ ଆସିଛି । କାର୍ବସ୍ ଥିବା ଖାଦ୍ୟକୁ ଖାଇବା ଦ୍ୱାରା ଭଲ ନିଦ ଆସିନଥାଏ । ସେହିପରି ଶୋଇବାର କିଛି ଘଣ୍ଟା ପୂର୍ବରୁ ଆଦୌ ପିଅନ୍ତୁ ନାହିଁ କଫି, ଚା’ କିମ୍ବା ଅନ୍ୟାନ୍ୟ ଜିନିଷ । କାରଣ ଏସବୁର ପ୍ରଭାବ ଆମ ନିଦ ଉପରେ ପଡ଼ିଥାଏ ।

ଯେତେବେଳେ ଆମ କଫି କିମ୍ବା ଚାଆ ପିଇଥାଉ ଆମ ମସ୍ତିସ୍କ ସେ ସମୟରେ ଆକ୍ଟିଭ୍ ହେବାକୁ ଲାଗେ ଫଳରେ ଶୋଇବା ସମୟରେ ନିଦ ବିଳମ୍ବରେ ଆସିଥାଏ । ସେହିପରି ଶୋଇବା ପୁର୍ବରୁ ଅଧିକ କାର୍ବୋହାଇଡ୍ରେଟ୍ ଥିବା ଖାଦ୍ୟପଦାର୍ଥ ଖାଆନ୍ତୁ ନାହିଁ । ଯେପରିକି, ଭାତ, ପାସ୍ତା, ଚିପ୍ସ, କଦଳୀ, ସେଓ, ଆଳୁ କିମ୍ବା ଶସ୍ୟଜାତୀୟ ଜିନିଷ ଖାଆନ୍ତୁ ନାହିଁ । କାରଣ ଏସବୁ ନିଦକୁ ପ୍ରଭାବିତ କରେ ।

 

Get real time updates directly on you device, subscribe now.