fbpx

ଆଜି ଦେଶରେ ୩ଟି ଲୋକସଭା ସିଟ୍‌ ଏବଂ ୨୯ଟି ବିଧାନସଭା ସିଟ୍‌ରେ ହେବ ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶରେ ୩ଟି ଲୋକସଭା ସିଟ୍‌ ଏବଂ ୨୯ଟି ବିଧାନସଭା ସିଟ୍‌ରେ ଉପନିର୍ବାଚନ ହେବ । ମତଦାନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ କୋଭିଡ ପ୍ରୋଟୋକଲ୍‌ ନେଇ ସମସ୍ତ ପଦକ୍ଷେପ ନିଆଯାଇଛି । ଅଧିକାଂଶ ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରତ୍ୟକ୍ଷ ପ୍ରତିଯୋଗିତା ହୋଇଥିବାବେଳେ କେତେକ ଆସନରେ ଆଞ୍ଚଳିକ ଦଳର ଅଧିକ ପ୍ରଭାବ ରହିଛି। ଲୋକସଭା ଆସନ ବିଷୟରେ କହିବାକୁ ଗଲେ ଆଜି ଦାଦ୍ରା ଏବଂ ନଗର ହାବେଳୀ, ହିମାଚଳ ପ୍ରଦେଶର ମଣ୍ଡି ଏବଂ ମଧ୍ୟପ୍ରଦେଶର ଖଣ୍ଡୱା ଠାରେ ଲୋକସଭା ଆସନରେ ଉପନିର୍ବାଚନ ହେବ।

ସେହିଭଳି ୨୯ ବିଧାନସଭା ସିଟ୍‌ରୁ ଆସାମରେ ୫, ପଶ୍ଚିମବଙ୍ଗରେ ୪, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ମେଘାଳୟରେ ୩ଟି ଲେଖାଏଁ ଆସନ, ବିହାର, ରାଜସ୍ଥାନ ଏବଂ କର୍ଣ୍ଣାଟକରେ ଦୁଇଟି ଲେଖାଏଁ ସିଟ୍‌, ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ ଏବଂ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ । ଭୋଟ ଗଣନା ନଭେମ୍ବର ୨ ତାରିଖରେ ହେବ।

୩ଟି ଲୋକସଭା ଆସନରେ ସଦସ୍ୟଙ୍କ ନିଧନ ଯୋଗୁଁ, ବିଧାନସଭା ସିଟ୍‌ରେ ବିଧାୟକଙ୍କ ମୃତ୍ୟୁ ଏବଂ ବିଜୟୀ ପ୍ରାର୍ଥୀ ଦଳ ବଦଳ କରିବା ପରେ ଇସ୍ତଫା ଦେଇଥିବାରୁ ଆସନ ଖାଲି ପଡ଼ିଛି ।ନାଗାଲାଣ୍ଡର ଶମାତୋର-ଚୋସୋର ବିଧାନସଭା ସିଟ୍‌ରେ ଉପନିର୍ବାଚନ ହେବାର ଥିଲା। କିନ୍ତୁ ଆଞ୍ଚଳିକ ଦଳ ନ୍ୟାସନାଲିଷ୍ଟ ଡେମୋକ୍ରେଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନଡିପିପି) ର ପ୍ରାର୍ଥୀଙ୍କୁ ଅକ୍ଟୋବର ୧୩ରେ ନିର୍ବିବାଦୀୟ ବିଜୟୀ ଘୋଷିତ କରାଯାଇଛି।

Get real time updates directly on you device, subscribe now.