fbpx
BSKY
BJD MC SKY
BJD MS SKY

ଏହି ଗଛ ଲଗାଇବା ଦ୍ୱାରା ଘରକୁ ଆସନ୍ତି ନାହିଁ ମଶା : ରହିବନି ଡେଙ୍ଗୁ ଓ ମ୍ୟାଲେରିଆର ସଂଙ୍କଟ

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଡେଙ୍ଗୁର ମାମଲା ବଢିବାରେ ଲାଗିଛି । ଯଦି ଏହି ରୋଗକୁ ଠିକ ସମୟରେ ଚିକିତ୍ସା ନ କରାଯାଏ, ତେବେ ଏହା ଜୀବନ ପାଇଁ ବିପଦ ମଧ୍ୟ ଆଣିପାରେ । ଏଥିଯୋଗୁଁ ଡେଙ୍ଗୁରୁ ବଞ୍ଚିବା ପାଇଁ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ ।
ଅଧିକାଂଶ ଲୋକ ମଶାଙ୍କ ଠାରୁ ବଞ୍ଚିବା ପାଇଁ ସ୍ପ୍ରେ, କଏଲ, କ୍ରିମର ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ମଶାମାନଙ୍କ ଠାରୁ ମୁକ୍ତି ପାଇ ପାରିବା । ତେବେ ଆସନ୍ତୁ ଜାଣିବା କିଭଳି ଘରୋଇ ଉପାୟ ଆପଣାଇ ସଂଙ୍କଟକୁ ଦୂରେଇ ପାରିବା ।

ନିମ ଗଛ : ନିମର ତେଳ ମଶାମାନଙ୍କୁ ଦୂର କରିବାରେ ସାହାଯ୍ୟ କରିବ । ଆପଣ ନିମ ପତ୍ରର ସିଝାଇ ତାହାର ବାମ୍ପରେ ମଶାଙ୍କୁ ଦୂର କରି ପରିବେ ।

ଜସ୍ମିନ : ଜସ୍ମିନ ଫୁଲର ବାସ୍ନାରେ ମଶା ଦୂରେଇ ଯିବେ । ଆପଣ ଆପଣଙ୍କ ଘରେ ଜସ୍ମିନ ଫୁଲର ଗଛ କିମ୍ବା ଜସ୍ମିନ ଫୁଲର ମାଳା ତିଆରି ଘରରେ ଲଗାଇ ପାରିବେ । ଯାହାଦ୍ୱାରା କି ମଶା ଆଉ ଘରକୁ ପ୍ରବେଶ କରି ପାରିବ ନାହିଁ ।

ତୁଳସୀ : ଏହି ପତ୍ରର ବାସ୍ନା ସାହାଯ୍ୟରେ ଆପଣ ମଶା ମାନଙ୍କୁ ଘରୁ ଦୂରେଇ ପାରିବେ । ଆପଣ ତୁଳସୀ ଘଛକୁ ଘରେ ଲଗାଇ ପାରିବେ । ନଚେତ ତୁଳସୀର ପତ୍ରକୁ ସିଝାଇ ସେହି ପତ୍ରକୁ ଆଖ-ପାଖ ଅଞ୍ଚଳରେ ଛିଞ୍ଚି ପାରିବେ ।

ରୋଜମେରୀ : ଏହାର ବାସ୍ନାରେ ମଶା ମାନେ ଦୂରେଇ ଯାଆନ୍ତି । ଆପଣ ନିଜ ଘରେ ରୋଜମେରୀର ଗଛ ଲଗାଇ ପାରିବେ । ଏହା ବ୍ୟତୀତ ଏହି ଗଛର ପତ୍ରକୁ ସିଝାଇ ସେହି ପାଣିକୁ ଆଖ-ପାଖ ସ୍ଥାନରେ ଛିଞ୍ଚି ପାରିବେ ।

Get real time updates directly on you device, subscribe now.