fbpx

ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍‌, ଭୋଟ୍ ଦେବାକୁ ରୋକାଯିବାରୁ ଗ୍ରାମବାସୀ ନେଲେ ଏପରି ପଦକ୍ଷେପ

କୋଲକାତା: ପଶ୍ଚିମବଙ୍ଗରେ ୭ମ ତଥା ଶେଷ ପର୍ଯ୍ୟାୟ ଭୋଟିଂ ସମୟରେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳର ଖବର ସାମ୍ନାକୁ ଆସିଛି । ଜୟନଗର ଲୋକସଭା ସିଟ୍ କୁଲଟାଲିରେ ଭୋଟ ଦେଇଯିବାକୁ ବାରଣ କରାଯିବାରୁ ନାରାଜ ଗ୍ରାମବାସୀ ମତଦାନ କେନ୍ଦ୍ରରୁ ଇଭିଏମ୍‌କୁ ନେଇଯାଇ ପୋଖରୀରେ ଫିଙ୍ଗି ଦେଇଛନ୍ତି । ଏହି ଘଟଣା କୁଲଟାଲି ମେରୀଗଞ୍ଜ ନମ୍ବର ୨ ଜୋନ୍‌ର ବୁଥ୍ ନଂ ୪୦ ଓ ୪୧ରେ ଘଟିଛି । ତେବେ ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳକୁ ଯିବା ବାଟରେ ରାସ୍ତାରେ ଗଛ କାଟି ପକାଇ ପୋଲିସକୁ ଅଟକାଯାଇଛି ।

ବିଜେପି ପ୍ରାର୍ଥୀ ଅଶୋକ କଣ୍ଡାରୀ ଅଭିଯୋଗ କରିଛନ୍ତି କି ତୃଣମୂଳ ବିପକ୍ଷ ଏଜେଣ୍ଟଙ୍କୁ ବୁଥ୍‌ରେ ପ୍ରବେଶ କରାଇ ଦେଉନାହାନ୍ତି । ସେ ନିର୍ବାଚନ କମିଶନ ଓ କେନ୍ଦ୍ରୀୟ ଫୋର୍ସ ଉପରେ ବି ପ୍ରଶ୍ନ ଉଠାଇଛନ୍ତି । ବିଜେପି ଦାବୀ କରିଛି ସକାଳ ଠାରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ଗୋଷ୍ଠୀକୁ ବୁଥ୍‌ରେ ପଶିବାକୁ ଦିଆଯାଉ ନାହିଁ । ତାଙ୍କୁ ଏପରି ଭାବରେ ମାଡ ଦିଆଯାଇଛି କି ସେ ଠିକ୍ ଭାବରେ ଛିଡା ହୋଇ ପାରୁ ନାହାନ୍ତି । ପୋଲିସ ପହଞ୍ଚିଥିଲେ ବି କିଛି କରିନାହିଁ । ଏହା ସହିତ ଗ୍ରାମବାସୀ ଅଭିଯୋଗ କରିଛନ୍ତି କି ତୃଣମୂଳ ସମର୍ଥକ କିଛି ବଦମାସ ସେମାନଙ୍କୁ ଭୋଟ ଦେବାକୁ ରୋକିଥିଲେ । ଫଳରେ ମହିଳାମାନେ ଏକଜୁଟ ହୋଇ ଇଭିଏମ୍‌କୁ ଧରି ପୋଖରୀରେ ଫିଙ୍ଗି ଦେଇଥିଲେ ।

ଏହି ଗଣ୍ଡଗୋଳ ମଧ୍ୟରେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି । ଏ ବିଷୟରେ ପୀଡିତଙ୍କ ମା’ କହିଛନ୍ତି ତାଙ୍କ ପୁଅକୁ ଏଥର ବୁଥ୍ ଏଜେଣ୍ଟ କରାଯାଇଛି କିନ୍ତୁ ସେ ଯେତେବେଳେ ବୁଥ୍‌ରେ ବସିବାକୁ ଯାଇଥିଲେ ତାଙ୍କୁ ମାଡ ମରାଯାଇଥିଲା । ଏହାରି ମଧ୍ୟରେ ଘଟଣା ବିଷୟରେ ଖବର ପାଇ ନିର୍ବାଚନ ଅଧିକାରୀ ସେଠାରେ ପହଞ୍ଚିଛନ୍ତି ଓ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି ।

Get real time updates directly on you device, subscribe now.