Zero ହୋଇଗଲା ବାୟଜୁ ରବିନ୍ଦ୍ରନଙ୍କ ନେଟୱର୍ଥ, ଗୋଟିଏ ବର୍ଷ ପୂର୍ବରୁ ସଂପତ୍ତି ଥିଲା ୧୭ ହଜାର କୋଟି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ବାଣିଜ୍ୟ ବ୍ୟବସାୟରେ ସର୍ବଦା ଲାଭ କ୍ଷତି ଲାଗି ରହିଥାଏ । ହେଲେ ଏଥିପାଇଁ ଜଣେ ବ୍ୟବସାୟୀଙ୍କ ସଂପତ୍ତି ଶୂନ ହୋଇଯିବା ଦୁଃଖଦାୟକ । ତେବେ ଏପରି ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ବାୟଜୁସର ଫାଉଣ୍ଡର ବାୟଜୁ ରବିନ୍ଦ୍ରନ ପାଖେ ଦେଖିବାକୁ ମିଳିଛି । ବର୍ତ୍ତମାନ ତାଙ୍କ ନେଟୱର୍ଥ ଜିରୋ ହୋଇଯାଇଛି । ଯାହା ଗୋଟିଏ ବର୍ଷ ପୂର୍ବରୁ ବାୟଜୁ ରବିନ୍ଦ୍ରନ ଭାରତର କୋଟିପତିମାନଙ୍କ ତାଲିକାରେ ସାମିଲ ଥିଲେ । ଏଡଟେକ କମ୍ପାନୀ ବାୟଜୁସ ବହୁ ସମୟରୁ ଆର୍ଥିକ ସଂକଟ ଦେଇ ଗତି କରୁଛି ।
କର୍ମଚାରୀମାନଙ୍କୁ ସେ ଦରମା ମଧ୍ୟ ଦେଇପାରୁନାହାନ୍ତି । ଏଥିସହ ରବିନ୍ଦ୍ରନ ବାୟଜୁ ରବିନ୍ଦ୍ରନଙ୍କ ନେଟୱର୍ଥ ଜିରୋ ହୋଇଯିବା କମ୍ପାନୀକୁ ବଡ଼ ଝଟକା ଲାଗିଛି । ବାୟଜୁସର ସ୍ଥାପନା ୨୦୧୧ରେ ରବିନ୍ଦ୍ରନ କରିଥିଲେ । ରବିନ୍ଦ୍ରନଙ୍କ ସ୍ତ୍ରୀ ଦିବ୍ୟା ମଧ୍ୟ ବୋର୍ଡରେ ସାମିଲ ଅଛନ୍ତି ।
ଫୋବର୍ସର ଧନୀ ତାଲିକାର ନୂଆ ଲିଷ୍ଟରେ ବାୟଜୁସର ଫାଉଣ୍ଡର ବାୟଜୁ ରବିନ୍ଦ୍ରନଙ୍କ ନେଟୱର୍ଥ ଜିରୋ ବୋଲି କୁହାଯାଉଛି । ଫୋବର୍ସ ନିଜ ରିପୋର୍ଟରେ କହିଛନ୍ତି ଯେ, ୪ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ବାୟଜୁ ରବିନ୍ଦ୍ରନଙ୍କ ନେଟୱର୍ଥ ୨.୧ ବିଲିୟନ ଡଲାର ଅର୍ଥାତ ୧୭,୫୪୫ କୋଟି ଟଙ୍କା ଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ନେଟୱର୍ଥ ଶୂନ ଅଟେ ।
ଫୋବର୍ସର ବିଲେନେୟାର ଇଣ୍ଡେକ୍ସ ୨୦୨୪ରେ ଏହି ସୂଚନା ସାମ୍ନାକୁ ଆସିଛି । ରବିନ୍ଦ୍ରନ ବର୍ଷ ସାରା ପୂର୍ବରୁ ଦେଶର ଧନୀମାନଙ୍କ ଲିଷ୍ଟରେ ଭଲ ସ୍ଥାନରେ ରହିଥିଲେ । ରିପୋର୍ଟ ମୁତାବକ ଚଳିତ ବର୍ଷ କୋଟିପତିଙ୍କ ତାଲିକାରୁ ୪ଜଣଙ୍କୁ ବାହାର କରାଯାଇଛି ।
କିଛି ଦିନ ପୂର୍ବରୁ ବ୍ଲାକରକ ବାୟଜୁସର ମୂଲ୍ୟ ହ୍ରାସ କରି ୧ ବିଲିୟନ ଡଲାର କରିଦେଇଥିଲା । ଯାହା ୨୦୨୨ରେ ଏହାର ମୁଲ୍ୟ ୨୨ ବିଲିୟନ ଡଲାର ଥିଲା । କେବଳ ଏତିକି ନୁହେଁ ବାୟଜୁସର ସେୟାର ହୋଲ୍ଡର୍ସ ମଧ୍ୟ ରବିନ୍ଦ୍ରନଙ୍କୁ ସିଇଓ ପଦରୁ ଇସ୍ତଫା ଦେବା ଲାଗି ୱାର୍ଣ୍ଣିଂ କରିଥିଲେ । ଡିସେମ୍ବର ୨୦୨୩ରେ ରବିନ୍ଦ୍ରନ କର୍ମଚାରୀମାନଙ୍କୁ ଦରମା ଦେବାକୁ ନିଜ ଘରକୁ ବନ୍ଧା ପକାଇଥିଲେ । ସେହିପରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବାୟଜୁସ ବିରୋଧରେ ଦେବାଳିଆ ଅଭିଯୋଗ ଲଗାଇବା ଆରମ୍ଭ କରିଥିଲେ । ବାୟଜୁସରେ ୧୫୮ କୋଟିର ପେମେଣ୍ଟ ଡିଫଲ୍ଟ ଅଛି ବୋଲି ଅଭିଯୋଗ ହୋଇଥିଲା ।
ବାୟଜୁସରେ ଇଡି ୯,୦୦୦ କୋଟିରୁ ଅଧିକ FEMA ଉଲ୍ଲଂଘନର ନୋଟିସ ମଧ୍ୟ ପଠାଇଛି । କମ୍ପାନୀର ପରିସ୍ଥିତି ଏତେ ପରିମାଣରେ ଖରାପ ହୋଇଯାଇଛି ଯେ, ଗୁରୁଗ୍ରାମ ଅଫିସର ଭଡ଼ା ନ ଦେବାରୁ କର୍ମଚାରୀଙ୍କୁ ଜମି ମାଲିକ ବାହର କରିଦେଇଥିଲେ ଏବଂ ତାଙ୍କ ଲ୍ୟାପଟପ ଜବତ କରିଥିଲେ ।