fbpx

ସାମରିକ ବିମାନ ନିର୍ମାଣ କରିବ ଘରୋଇ କମ୍ପାନୀ, ଟାଟା-ଏୟାରବସ୍ ମଧ୍ୟରେ ୨୧,୦୦୦ କୋଟି ଟଙ୍କାର ଚୁକ୍ତି

ନୂଆଦିଲ୍ଲୀ: ଟାଟା ସହଭାଗୀତାରେ ଗୁଜୁରାଟରେ ସି୨୯୫ ପରିବହନ ବିମାନ ନିର୍ମାଣ କରିବ ଏୟାରବସ୍। ୨୨,୦୦୦ କୋଟି ଡଲାର ମୂଲ୍ୟର ଏହି ପ୍ରକଳ୍ପରେ ପାଇଁ ଗୁଜୁରାଟରେ କାରଖାନା ସ୍ଥାପନ କରାଯିବ। ଏହା ଭାରତର ପ୍ରଥମ ଘରୋଇ ସଂସ୍ଥା ଯାହା ସାମରିକ ବିମାନ ତିଆରି କରୁଛନ୍ତି। ସି୨୯୫ର ନାଗରିକ ଏବଂ ସାମରିକ ପ୍ରୟୋଗ ପାଇଁ ବ୍ୟବହାର କରାଯାଇଥାଏ।

ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟକୁ ଆଉ ଏକ ବଡ଼ ଉପହାର ମିଳିଛି ବୋଲି କୁହାଯାଇପାରେ। ଗୁଜୁରାଟର ଭଦୋଦରାଠାରେ ଏୟାରବସ୍ ସି୨୯୫ ପରିବହନ ବିମାନ ଉତ୍ପାଦନ ପାଇଁ ଏକ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ଅଧିକାରୀ କହିଛନ୍ତି ଯେ ଏହି ସୁବିଧାର ମୂଳଦୁଆ ପକାଇବା ସମାରୋହ ଅକ୍ଟୋବର ୩୦ରେ ଅନୁଷ୍ଠିତ ହେବ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି ଯେ ପ୍ରଥମ ଥର ପାଇଁ ସି୨୯୫ ବିମାନ ୟୁରୋପ ବାହାରେ ଉତ୍ପାଦିତ ହେବ। ଏଥିପାଇଁ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ ସହିତ ପ୍ରାୟ ୨୧,୦୦୦ କୋଟି ଟଙ୍କା ମୂଲ୍ୟର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଚୁକ୍ତିନାମା ଅନୁଯାୟୀ, ଏୟାରବସ୍ ସ୍ପେନର ସେଭିଲରେ ଥିବା ଅନ୍ତିମ ଆସେମ୍ବଲି ଲାଇନରୁ ଚାରି ବର୍ଷ ମଧ୍ୟରେ ପ୍ରଥମ ୧୬ ଟି ବିମାନ ଯୋଗାଇବ ଏବଂ ପରବର୍ତ୍ତୀ ୪୦ ଟି ବିମାନ ଭାରତରେ ଟାଟା ଆଡଭାନ୍ସ ସିଷ୍ଟମ (TASL) ଦ୍ୱାରା ପ୍ରସ୍ତୁତ ଏବଂ ‘ଏକତ୍ରିତ’ ହେବ। ଏହି ନିର୍ମାଣ ଦୁଇ କମ୍ପାନୀ ମଧ୍ୟରେ ଏକ ଶିଳ୍ପ ଭାଗିଦାରୀର ଅଂଶ ଭାବରେ ହେବ। ଏହି ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମ ପାଇଁ ନିୟାମକ ଅନୁମୋଦନ ଗତ ସପ୍ତାହରେ ଏରୋନେଟିକାଲ୍ କ୍ୱାଲିଟି ଆସୁରାନ୍ସ (DGAQA) ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଦାନ କରାଯାଇଥିଲା।

Get real time updates directly on you device, subscribe now.