fbpx

୮ଟି ବଡ଼ ରେଳ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରୀ; ନିର୍ମାଣ ହେବ ୨୦ ନିୟୁତ ଗ୍ରାମୀଣ ଗୃହ, ଖର୍ଚ୍ଚ ହେବ ୩.୦୬ ଲକ୍ଷ କୋଟି

ନୂଆଦିଲ୍ଲୀ: ୮ଟି ବଡ଼ ରେଳ ପ୍ରକଳ୍ପକୁ କ୍ୟାବିନେଟରେ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ। ଏନେଇ ଗତକାଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘୮ଟିରୁ ୩ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଉଦ୍ଦିଷ୍ଟ’। ଗୁଣପୁର-ଥିରୁବାଲି ୭୩ କିମି ନୂଆ ରେଳ ଲାଇନ୍। ଜୁନାଗଡ଼-ନବରଙ୍ଗପୁର ୧୧୬ କିମି ନୂଆ ରେଳ ଲାଇନ୍, ମାଲକାନଗିରି-ପାଣ୍ଡୁରଙ୍ଗପୁରମ ୧୭୩ କିମି ନୂଆ ରେଳ ଲାଇନ୍ ହେବ। ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ଏହା ବିକାଶର ମାଧ୍ୟମ ପାଲଟିବ। ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସହ ଆଗକୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଡ଼ିବ।

୨୦ ନିୟୁତ ଗ୍ରାମୀଣ ଘର ନିର୍ମାଣ ପାଇଁ କ୍ୟାବିନେଟ୍ ୩.୦୬ ଲକ୍ଷ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ୮ଟି ରେଳ ଲାଇନ୍ ପହଞ୍ଚି ନଥିବା ଅଞ୍ଚଳକୁ ସଂଯୋଗ କରିବା ଏବଂ ପରିବହନ ନେଟୱାର୍କକୁ ବୃଦ୍ଧି କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ ଲକ୍ଷ୍ୟ ରହିଛି।’ ଯାହାଫଳରେ ଯୋଗାଣ ଶୃଙ୍ଖଳା ସୁବ୍ୟବସ୍ଥିତ ହେବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ । ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭଳି ୭ଟି ରାଜ୍ୟର ୧୪ଟି ଜିଲ୍ଲାକୁ ଏହି ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ କରିବ ଏବଂ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ୯୦୦ କିଲୋମିଟର ବୃଦ୍ଧି କରିବ।

କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ଏହା ପଶ୍ଚିମବଙ୍ଗର ଆସାନସୋଲରୁ ତେଲେଙ୍ଗାନାର ୱାରାଙ୍ଗଲ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ କରିଡର ନିର୍ମାଣ କରିବ। କୃଷି ଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ବକ୍ସାଇଟ୍, ଚୂନପଥର, ଆଲୁମିନିୟମ ପାଉଡର, ଗ୍ରାନାଇଟ୍, ବାଲି, କଣ୍ଟେନର ଆଦି ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। ଫଳରେ ବାର୍ଷିକ ୧୪୩ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ ହେବ। ପରିବହନର ଏକ ପରିବେଶ ଅନୁକୂଳ ଏବଂ ଶକ୍ତି-ଦକ୍ଷ ମାଧ୍ୟମ ହୋଇଥିବାରୁ ରେଳବାଇ ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚ କୁ ହ୍ରାସ କରିବା, ତୈଳ ଆମଦାନୀ ହ୍ରାସ କରିବ।

ଏହି ପ୍ରକଳ୍ପ ଗୁଡ଼ିକ ଦ୍ୱାରା ୬୪ଟି ନୂତନ ଷ୍ଟେସନ ନିର୍ମାଣ କରାଯିବ, ଯାହା ୬ଟି ଆକାଂକ୍ଷୀ ଜିଲ୍ଲା (ପୂର୍ବ ସିଂହବୁମ, ଭଦ୍ରାଦ୍ରି କୋଠାଗୁଡେମ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର ଏବଂ ରାୟଗଡ଼ା), ପାଖାପାଖି ୫୧୦ଟି ଗାଁ ଏବଂ ପ୍ରାୟ ୪ ନିୟୁତ ଜନସଂଖ୍ୟାକୁ ଯୋଗାଯୋଗ ବୃଦ୍ଧି କରିବ। ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ଅଜନ୍ତା ଗୁମ୍ଫାକୁ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରାଯିବ, ଯାହା ଦ୍ୱାରା ବହୁ ସଂଖ୍ୟକ ପର୍ଯ୍ୟଟକ ସୁବିଧା ପାଇବେ।

Get real time updates directly on you device, subscribe now.