fbpx
BJD
BJD SKY
BJD SKY

ଦେଶରେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପାଇଁ ୩ ହଜାର ୭୬୦ କୋଟି ଟଙ୍କାର ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‍ର ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ନିର୍ମାଣ ପାଇଁ ୩ ହଜାର ୭୬୦ କୋଟି ଟଙ୍କାର ଭାୟାବିଲିଟି ଗ୍ୟପ୍‍ ଫଣ୍ଡିଂ ଯୋଜନାକୁ ଅନୁମୋଦନ ମିଳିଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଏହା ମାଧ୍ୟମରେ ୨୦୩୦-୩୧ ପର୍ଯ୍ୟନ୍ତ ୪ ହଜାର MWH ପ୍ରକଳ୍ପର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ପାଣ୍ଠିରେ ୯ ହଜାର ୪୦୦ କୋଟି ଟଙ୍କାର ପ୍ରାରମ୍ଭିକ ବ୍ୟୟ ବରାଦ କରାଯାଇଛି, ଯେଉଁଥିଲେ ୩ ହଜାର ୭୬୦ କୋଟି ଟଙ୍କାର ବଜେଟ୍‍ ସହାୟତା ରହିଥିବା ଜଣାପଡ଼ିଛି । ଏହା ମାଧ୍ୟମରେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ମୂଲ୍ୟ ହ୍ରାସ ପାଇବା ସହ ସୌର ଏବଂ ପବନ ଶକ୍ତି ପରି ଅକ୍ଷୟ ଶକ୍ତି ଉତ୍ସଗୁଡ଼ିକର ସାମର୍ଥ୍ୟକୁ ଉପଯୋଗ କରାଯାଇପାରିବ । ଏହାଫଳରେ ନାଗରିକଙ୍କୁ ସ୍ୱଚ୍ଛ, ଭରସାଯୋଗ୍ୟ ଏବଂ ସୁଲଭ ମୂଲ୍ୟରେ ବିଦ୍ୟୁତ୍‍ ଯୋଗାଇ ଦିଆଯାଇପାରିବ ।

ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତି ଏବଂ ଅଣ ଜୀବାଶ୍ମ ଶକ୍ତି ଉତ୍ସ ମାଧ୍ୟମରେ ଭାରତ ଏହାର ଅର୍ଦ୍ଧେକ ଶକ୍ତି ଆବଶ୍ୟକତା ପୂରଣ କରିବାକୁ ଏକ ଲକ୍ଷ୍ୟ ସ୍ଥିର କରିଛି । ଏହି ଦିଗରେ ଷ୍ଟୋରେଜ୍ ସିଷ୍ଟମର ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Get real time updates directly on you device, subscribe now.