fbpx
BJD
BJD SKY
BJD SKY

ଭାରତ ଓ ଇଣ୍ଡିଆକୁ ନେଇ ସମ୍ବିଧାନ ସଂଶୋଧନର କୌଣସି ପ୍ରସ୍ତାବ ନାହିଁ: ସୂତ୍ର

ନୂଆଦିଲ୍ଲୀ: ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ କାର୍ଡରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖିବାକୁ ନେଇ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ଭାରତ ନାମକୁ ନେଇ କୌଣସି ସାମ୍ବିଧାନିକ ସଂଶୋଧନ ପାଇଁ କୌଣସି ପ୍ରସ୍ତାବ ନାହିଁ ।

ଏହାର କାରଣ ହେଉଛି କି, ଇଣ୍ଡିଆ ଏବଂ ଭାରତର ଉଭୟ ନାମ ସମ୍ବିଧାନରେ ଉଲ୍ଲେଖ କରାଯାଇଛି, ତେଣୁ ଯେକୌଣସି ସମୟରେ ଯେକୌଣସି ଶବ୍ଦ ବ୍ୟବହାର କରାଯାଇପାରିବ । ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଦେଶର ନାମ ପରିବର୍ତ୍ତନ ଉପରେ ଆଲୋଚନା ହୋଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି ।

ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସମେତ ବିପଶ୍ରୀ ଗଠବନ୍ଧନ ‘ଇଣ୍ଡିଆ’ ଦଳର ନେତାମାନେ କହିଛନ୍ତି ଯେ ଆମର ଗଠବନ୍ଧନ ହେତୁ ଏହା କରାଯାଇଛି ।

‘ଇଣ୍ଡିଆ’ରେ କଂଗ୍ରେସ, ଟିଏମସି, ପୂର୍ବତନ ସିଏମ ଶରଦ ପାୱାରଙ୍କ ଏନସିପି, ଉଦ୍ଧବ ଠାକରେଙ୍କ ଶିବସେନା, ସମାଜବାଦି ପାର୍ଟି, ଏମ.କେ ଷ୍ଟାଲିନଙ୍କ ଡିଏମକେ, ଜେଏମଏମ ଏବଂ ବାମପନ୍ଥୀ ସମେତ ୨୮ ଟି ଦଳ ଅଛନ୍ତି । ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବାକୁ ଏହି ଦଳମାନେ ମିଳିତ ହୋଇଛନ୍ତି ।

ସମ୍ବିଧାନରେ କ’ଣ ଅଛି?
ତେବେ ସମ୍ବିଧାନର ଅନୁଚ୍ଛେଦ ୧ରେ ଲେଖାଯାଇଛି କି, ‘ଇଣ୍ଡିଆ, ତାହା ହେଉଛି ଭାରତ’ । ଏହା ବ୍ୟତୀତ ‘ଆମେ ଭାରତର ଲୋକ’ ଉପଦେଶରେ ହିନ୍ଦୀରେ ଲେଖାଯାଇଛି ଏବଂ ଇଂରାଜୀରେ ଏହା ହେଉଛି ‘We, the people of India’ । ଏଭଳି ପରିସ୍ଥିତିରେ ଦେଶର ନାମକୁ କେବଳ ଭାରତ କରିବା ପାଇଁ ସଂଶୋଧନ କରିବାକୁ ପଡ଼ିବ ବୋଲି କଳ୍ପନାଜଳ୍ପନା ଚାଲିଥିଲା ।

Get real time updates directly on you device, subscribe now.