fbpx

ଏହି ପିଲାମାନଙ୍କୁ ସ୍କୁଲ ପଠାଇବା ବି ଏକ ଅପରାଧ: ପିତାମାତାଙ୍କୁ ହାଇକୋର୍ଟଙ୍କ ଚେତାବନୀ

ଅହମ୍ମଦାବାଦ: ପିଲାମାନଙ୍କ ପାଠପଢା ଏବଂ ସ୍କୁଲ ଯିବାକୁ ନେଇ କଡ଼ା ନିର୍ଦ୍ଦେଶ ନେଇଛନ୍ତି ହାଇକୋର୍ଟ । ଏଣିକି ଏହି ପିଲାମାନଙ୍କୁ ସ୍କୁଲ ପଠାଇବା ବି ପିତାମାତାଙ୍କ ଦ୍ୱାରା ହେଉଥିବା ଅପରାଧ ଭାବରେ ଗଣାଯିବ । ତେବେ ବୟସ ପୂର୍ବରୁ ପ୍ରି-ପିଲାମାନଙ୍କୁ ସ୍କୁଲ ପଠାଇବା କିମ୍ବା ବାଧ୍ୟ କରିବା ନିୟମ ବିରୁଦ୍ଧ ବୋଲି କହିଛନ୍ତି ଗୁଜୁରାଟ ହାଇକୋର୍ଟ । ମୁଖ୍ୟ ବିଚାରପତି ସୁନୀତା ଅଗ୍ରୱାଲ ଏବଂ ଜଷ୍ଟିସ ଏନ.ବି ଅଞ୍ଜାରିୟାଙ୍କୁ ନେଇ ଗଠିତ ଖଣ୍ଡପୀଠ ପିତାମାତାଙ୍କ ଆବେଦନକୁ କାରଜ କରି ପିଲାଙ୍କୁ କମ୍ ବୟସରୁ କିଣ୍ଡରଗାର୍ଟେନ ପଠାଇବା ବିରୋଧରେ ଟିପ୍ପଣୀ ବାଢିଛନ୍ତି ।

ରିପୋର୍ଟ ଅନୁସାରେ, ୬ ବର୍ଷ ହେବା ପୂର୍ବରୁ ହିଁ ପିଲାମାନଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଜିଦ୍ ଧରିଥିଲେ ମାତାପିତା । କିନ୍ତୁ ସଂଶୋଧିତ ଶିକ୍ଷା ଅଧିକାର ନିୟମ ଏବଂ ନୂଆ ଶିକ୍ଷାନୀତି ଅନୁସାରେ, ପିଲାଙ୍କ ନାମଲେଖା ବୟସ ୬ ବର୍ଷ ଧାର୍ଯ୍ୟ କରାଯାଇଛି । ତେବେ ଅଭିଭାବକଙ୍କ ଏହି ଆବେଦନକୁ ଗତ ମାସରେ ଖାରଜ କରିଥିଲେ ଗୁଜୁରାଟ ହାଇକୋର୍ଟ । କିନ୍ତୁ ଏ ନେଇ ବର୍ତ୍ତମାନ ଅଭିଭାବକଙ୍କୁ ଚେତାବନୀ ଜାରି କରାଯାଇଛି । ଆବେଦନ କରିଥିବା ଅଭିଭାବକ ମାନେ କହିଛନ୍ତି ଯେ, ୩ ବର୍ଷ ପୂର୍ବରୁ ପିଲାମାନେ ପ୍ରି-ସ୍କୁଲ ଯାଇଥିବା ବେଳେ ସେଠାରେ ୩ ବର୍ଷ ସମୟ ବିତାଇଛନ୍ତି । ତେଣୁ ପିଲାଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ସର୍ବନିମ୍ନ ବୟସ ସମୟସୀମା ଆହୁରି କମ୍ କରିବା ଉଚିତ ବୋଲି ସେମାନେ ଯୁକ୍ତି ବାଢିଥିଲେ । ତେବେ ଏହି ଯୁକ୍ତିକୁ ଖାରଜ କରିଛନ୍ତି ମାନ୍ୟବର ହାଇକୋର୍ଟର ଖଣ୍ଡପୀଠ ।

ଖଣ୍ଡପୀଠ କହିଛନ୍ତି ଯେ, ପିଲାମାନଙ୍କୁ ୩ ବର୍ଷ ପୂର୍ବରୁ ପ୍ରି-ସ୍କୁଲ ପଠାଇବା ପାଇଁ ବାଧ୍ୟ କରିବା ଆବେଦନକାରୀ ଅଭିଭାବକଙ୍କ ଦ୍ୱାରା ହୋଇଥିବା ଏକ ବେଆଇନ କାର୍ଯ୍ୟ । ଏହାପରେ ୩ ବର୍ଷ ପୂର୍ବରୁ କୌଣସି ପିଲାକୁ ସ୍କୁଲରେ ପ୍ରବେଶ କରାଇବା ଉପରେ ନିୟମାନୁସାରେ ରୋକ ଲଗାଇଛନ୍ତି ହାଇକୋର୍ଟ । ୨୦୨୩ ଜୁନ୍ ୧ ସୁଦ୍ଧା ୬ ବର୍ଷ ପୂରଣ ହୋଇ ନଥିବା ପିଲାମାନଙ୍କୁ ଆଡମିଶନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ଆରଟିଆଇ ନିୟମ ୨୦୧୨ ଅନୁସାରେ, ଏହି ଆଦେଶର ଉଲ୍ଲଙ୍ଘନ କରିବା ଅପରାଧ ବୋଲି ବିଚାର କରାଯିବ ।

Get real time updates directly on you device, subscribe now.