fbpx

(Video) ଚନ୍ଦ୍ରପୃଷ୍ଠରେ ‘ବିକ୍ରମ-ପ୍ରଜ୍ଞାନ’କୁ ଦେଖିବେ ସାଧାରଣ ଲୋକେ: ଏହି ଚଷମା ଦେଖାଇବ ମାମୁଁଘର ଇଲାକା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଘୋଟି ଆସୁଛି କଳା ଅନ୍ଧାର । ଆଉ କେଇଟା ଘଣ୍ଟା ଭିତରେ ଜହ୍ନ ରାଇଜରେ କିଟି କିଟି ଅନ୍ଧାର ହୋଇଯିବ । ଏହାପରେ ସେଠାରେ ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନକୁ ଦେଖିବା ପାଇଁ କାଠିକର ପାଠ ହୋଇପାରେ । କିନ୍ତୁ ଏକ ଚଷମା ସାହାଯ୍ୟରେ ଉଭୟଙ୍କୁ ଦେଖାଯାଇପାରିବ ବୋଲି ଜଣାଯାଇଛି । ବିକ୍ରମ ଓ ପ୍ରଜ୍ଞାନକୁ ଲାଇଭ ଦେଖିବା ପାଇଁ 3D ଚଷମା ଖୁବ ସହାୟକ ହେବ । ଏ ନେଇ ଇସ୍ରୋ ସୂଚନା ଜାରି କରିଛି ।

ଆଗାମୀ ଦିନେ କି ଦୁଇ ଦିନ ଭିତରେ ଚନ୍ଦ୍ରପୃଷ୍ଠରେ ରାତି ହୋଇଯିବ । ତେଣୁ ରାତିର ଅନ୍ଧକାରରେ ବିକ୍ରମ ଓ ପ୍ରଜ୍ଞାନଙ୍କୁ ଦେଖିବା ପାଇଁ ଏକ ଡିଜିଟାଲ ବ୍ୟବସ୍ଥା କରିଛି ଇସ୍ରୋ । 3D ଚଷମା ପିନ୍ଧି ଉଭୟଙ୍କୁ ଦେଖିପାରିବେ ସାଧାରଣ ଲୋକେ । ଏହାପରେ ଚନ୍ଦ୍ରପୃଷ୍ଠରୁ ଯେଉଁସବୁ ଫଟୋ ଆସିବ, ତାହା ହୁଏତ ଖାଲି ଆଖିରେ ଦେଖା ଯାଇ ପାରିବ ନାହିଁ । ଚନ୍ଦ୍ରମାରେ ଅନ୍ଧାର ଯୋଗୁଁ ବିକ୍ରମ ଏବଂ ପ୍ରଜ୍ଞାନ ମଧ୍ୟ ଦେଖା ଯିବ ନାହିଁ । ତେଣୁ ସେମାନଙ୍କୁ ଦେଖିବା ପାଇଁ 3D ଚଷମାର ବ୍ୟବହାର କରାଯାଇ ପାରିବ । ଏହାକୁ ପିନ୍ଧି ଚନ୍ଦ୍ରପୃଷ୍ଠର ଫଟୋ ଦେଖିଲେ ବିକ୍ରମ ଏବଂ ପ୍ରଜ୍ଞାନକୁ ସ୍ପଷ୍ଟ ଦେଖାଯାଇପାରିବ ।

ତେବେ ଏହା ଭିତରେ ଚନ୍ଦ୍ରଯାନର ଲାଣ୍ଡର ବିକ୍ରମ ଓ ପ୍ରଜ୍ଞାନ ମଧ୍ୟ ସ୍ଲିପିଙ୍ଗ ମୋଡ ଆକ୍ଟିଭ କରି ସାରିଲେଣି । ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରମାରେ ଉଭୟ ବିକ୍ରମ ଓ ପ୍ରଜ୍ଞାନ ଶୋଇ ରହିବେ ବୋଲି ଜଣାଯାଇଛି । ତେବେ ୧୪ ଦିନ ପରେ ଚନ୍ଦ୍ରପୃଷ୍ଠରେ ପୁଣିଥରେ ସୂର୍ଯ୍ୟୋଦୟ ହେଲେ ଲାଣ୍ଡର ଏବଂ ରୋଭର ନିଜ କାମ ଆରମ୍ଭ କରି ଦେବେ ।

Get real time updates directly on you device, subscribe now.