fbpx

Big Breaking… ସୁଭଦ୍ରା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ: ମୁଖ୍ୟମନ୍ତ୍ରୀ ଜାରି କଲେ ଏସଓପି

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନାକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ଏହି ଯୋଜନା ସମ୍ପର୍କରେ ଏସଓପି ଜାରି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିର୍ବାଚନ ସମୟରେ ବିଜେପି ଘୋଷଣା କରିଥିବା ମହିଳା ବିକାଶ ଅଭିମୁଖୀ ଯୋଜନା “ସୁଭଦ୍ରା’ ଉପରେ କ୍ୟାବିନେଟ ମୋହର ବାଜିଛି । ଏହି ଯୋଜନାରେ କେଉଁମାନଙ୍କୁ ଫାଇଦା ମିଳିପାରିବ, ମୁଖ୍ୟମନ୍ତ୍ରୀ ସେ ନେଇ ଘୋଷଣା କରିଛନ୍ତି ।

ନୂଆ ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହି ଯୋଜନା ନେଇ ବର୍ତ୍ତମାନ ଏସଓପି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ରାଜ୍ୟରେ ୨୧ରୁ ୬୦ ବର୍ଷର ମହିଳା ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଅର୍ଥାତ୍ ଯେଉଁ ମହିଳାଙ୍କ ବୟସ ୨୧ରୁ ଅଧିକ ଏବଂ ୬୦ ବର୍ଷରୁ କମ୍, ସେମାନେ ଏହି ଯୋଜନାର ଫାଇଦା ଉଠାଇପାରିବେ । ଏହି ଯୋଜନାରେ ରାଜ୍ୟର ପ୍ରାୟ ୧ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ଉପକୃତ ହୋଇପାରିବେ । ତେବେ ଏଥିପାଇଁ କଲ୍ ସେଣ୍ଟର ବ୍ୟବସ୍ଥା ମଧ୍ୟ ହେବ ।

ଏହି ଯୋଜନାରେ ସାମିଲ ଥିବା ମହିଳାମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ପ୍ରତିବର୍ଷ ୨ଟି କିସ୍ତିରେ (ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସ)ରେ ସେମାନଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ତେବେ ମହିଳାମାନଙ୍କୁ ‘ସୁଭଦ୍ରା DBT କାର୍ଡ’ ମଧ୍ୟ ପ୍ରଦାନ କରିବେ ସରକାର । ୫ ବର୍ଷରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସରକାର ଏହି ଯୋଜନାରେ ପ୍ରଦାନ କରିବେ ।

Get real time updates directly on you device, subscribe now.