fbpx

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୨ ପ୍ରସ୍ତାବକୁ ମିଳିଲା ଅନୁମୋଦନ

Advertisement

ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସୋମବାର ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ ।

ରାଜ୍ୟରେ ସରକାରୀ ଚାକିରି ପାଇଁ ବୟସ ସୀମା ବୃଦ୍ଧି ଉପରେ ବାଜିଲା କ୍ୟାବିନେଟ ମୋହର । ଚାକିରି ବୟସ ସୀମା ୩୨ ରୁ ୩୮ କୁ ବୃଦ୍ଧି କରାଯାଇଛି । ଏସସି, ଏସଟି, ଏସଇବିସିଙ୍କ ପାଇଁ ଆଉ ୫ ବର୍ଷ ବୟସ ସୀମା ବୃଦ୍ଧି । ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ବୟସ ସୀମା ଆଉ ୫ ବର୍ଷ ବଢ଼ିଲା ।

ସେହିପରି ୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରୀ । ଭୁବନେଶ୍ୱର ଆଇଆଇଟିକୁ ଆଉ ୬୧୮ ଏକର ୬୬ ଡେସିମିଲ ଜମି ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି । ଏନଆଇଏଫଟିକୁ ୧୦ ଏକର ଜମି ଓ ଭିତ୍ତିଭୂମି ବିକାଶ ପାଇଁ ୫୮.୬୫ କୋଟି ମଞ୍ଜୁର । ଓପିଏସି ଜରିଆରେ ନିଯୁକ୍ତି ପାଇବେ ଅବକାରୀ ବିଭାଗ ଡିଏସପି ।

Get real time updates directly on you device, subscribe now.