fbpx

ହାଇକୋର୍ଟ ପରିସରରେ ଘଟିଲା ଅଲୌକିକ ଘଟଣା, ଶିବଲିଙ୍ଗ ହଟାଇବାକୁ ନିର୍ଦ୍ଦେଶ ଦେଇ ମହାଦେବଙ୍କ କୋପର ଶିକାର ହେବା ପରେ ବଦଳିଲା ନିଷ୍ପତ୍ତି

କୋଲକାତା: କୋଲକାତାରୁ ଆସିଛି ଏକ ଚକିତ କରିଦେବା ଭଳି ଖବର । ଏଠିକାର ହାଇକୋର୍ଟରେ ଜମି ବିବାଦକୁ ନେଇ ଏକ ମାମଲା ଚାଲୁଥିଲା । ଦୁଇ ପକ୍ଷର ଓକିଲ ବିଚାରପତିଙ୍କ ସାମ୍ନାରେ ନିଜ ନିଜର ମୋହକିଲ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଥିଲେ । ଯେତେବେଳେ ବିଚାରପତି ଉଭୟ ପକ୍ଷରୁ ଯୁକ୍ତି ଶୁଣି ଓ ସମସ୍ତ ପ୍ରମାଣକୁ ଦୃଷ୍ଟିରେ ରଖି ନିଜର ନିଷ୍ପତ୍ତି ଶୁଣାଇଥିଲେ ସେତେବେଳେ ଏପରି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ପୁରା ମାମଲାର ଶୁଣାଣୀ କରିବା ପରେ ବିଚାରପତି ଜୟ ସେନଗୁପ୍ତା ବିବାଦୀୟ ଜମିରେ ସ୍ଥାପିତ ଶିବଲିଙ୍ଗକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଯେତେବେଳେ କୋର୍ଟଙ୍କ ଏହି ଆଦେଶକୁ ଲେଖିବା ଆରମ୍ଭ କରିଥିଲେ ସେତେବେଳେ ସେ ତୁରନ୍ତ ସେହିଠାରେ ବେହୋସ ହୋଇଯାଇଥିଲେ ।

ଏହା ଦେଖିବା ପରେ ସେଠାରେ ଉପସ୍ଥିତ ସବୁ ଲୋକ ଚକିତ ହୋଇଯାଇଥିଲେ । ଏହାପରେ ବିଚାରପତି ତ୍ୁରନ୍ତ ତାଙ୍କର ନିଷ୍ପତ୍ତି ବଦଳାଇ ଦେଇଥିଲେ ଓ କହିଥିଲେ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବ ନାହିଁ । ଜଜ୍ ଯାଚିକାକର୍ତ୍ତାଙ୍କୁ ନିମ୍ନ ଅଦାଲତ ଯିବାକୁ କହି ଦେଇଥିଲେ ।

ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ଖିଦିରପୁରରେ ରହୁଥିବା ଗୋବିନ୍ଦ ମଣ୍ଡଳ ଓ ସୁଦୀନ ପାଲଙ୍କ ମଧ୍ୟରେ ଦୀର୍ଘଦିନ ଧରି ଏକ ଜମିକୁ ନେଇ ବିବାଦ ଲାଗି ରହିଥିଲା । ଗତ ବର୍ଷ ଏହି ବିବାଦ ଭୀଷଣ ରୂପ ନେଇଥିଲା । ଏହି ସମୟରେ ଏମାନଙ୍କ ମଧ୍ୟରେ ହିଂସା ଘଟଣାର ସୂତ୍ରପାତ ହୋଇଥିଲା । ଏହାପରେ ରାତାରାତି ଗୋବିନ୍ଦ ମଣ୍ଡଳ ବିବାଦୀୟ ଜମି ଉପରେ ଶିବଲିଙ୍ଗ ସ୍ଥାପନା କରି ଦେଇଥିଲେ । ସୁଦୀପ ପାଲ ମାମଲାକ୍ୁ ପୋଲିସ ନିକଟରେ ଉଠାଇଥିଲେ । ପରେ ଏହି ମାମଲା କୋଲକାତା ହାଇକୋର୍ଟରେ ପହଞ୍ଚିଥିଲା ।

Get real time updates directly on you device, subscribe now.