fbpx
BSKY SKY
BSKY SKY

Interview ବାହାନାରେ ହୋଟେଲକୁ ଡାକି ଅଭିନେତ୍ରୀଙ୍କୁ ଦୁଷ୍କର୍ମ: ମଦ ନିଶାରେ ଏଭଳି କାଣ୍ଡ କରିଦେଲେ ମହେଶ

BSKY

ନୂଆଦିଲ୍ଲୀ: ସାରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ଆଉ ଏହି ଅପରାଧର ଶୀକାର ପାଲଟିଛନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ । ସିନେମା ଜଗତର ଏହି ହିରୋଇନଙ୍କୁ ଇଣ୍ଟରଭ୍ୟୁ ବାହାନାରେ ଡାକି ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମହେଶ ପାଣ୍ଡେ ନାମକ ଜଣେ ଯୁବକ ଏପରି କାଣ୍ଡ ଘଟାଇଥିବା ହିରୋଇନ ନିଜେ ପୋଲିସକୁ ସୂଚନା ଦେଇଛନ୍ତି ।

ମହେଶ ଏବଂ ଜଣେ ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀଙ୍କର ପରିଚୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରୁ ହୋଇଥିଲା ବୋଲି ଜାଣିବାକୁ ମିଳିଛି । ଏହାପରେ ମହେଶ ତାଙ୍କୁ ଦିନେ ଇଣ୍ଟରଭ୍ୟୁ ପାଇଁ ହୋଟେଲକୁ ଡକାଇଥିଲେ । ଏଠାରେ ଇଣ୍ଟରଭ୍ୟୁ ସମୟରେ ମହେଶ ମଦ୍ୟପାନ କରୁଥିବା କହିଛନ୍ତି ପୀଡିତା । ତେବେ ମହେଶଙ୍କର ଏହି କାରନାମା ପାଇଁ ହିରୋଇନ ତାଙ୍କୁ ସନ୍ଦେହ କରି ଇଣ୍ଟରଭ୍ୟୁ ଶେଷ କରିବା ପାଇଁ କହିଥିଲେ । କିନ୍ତୁ ନିଶାରେ ହିରୋଇନଙ୍କ ଉପରେ ଖରାପ ନଜର ପକାଇଥିଲା ମହେଶ । ମହେଶ ଏହାପରେ ବେଡରେ ଇଣ୍ଟରଭ୍ୟୁ କରିବା ପାଇଁ କହିବା ସହ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ କହିଛନ୍ତି ପୀଡିତା । ତେବେ ଘଟଣା ପରେ ସେଠାରୁ ଫେରାର ହୋଇଯାଇଛି ଅଭିଯୁକ୍ତ ମହେଶ ।

ତେବେ ଏହି ମାମଲାରେ କ୍ରାଇମ ଏସିପି ବରୁଣ ଦହିୟା କହିଛନ୍ତି ଯେ, ଜୁଲାଇ ୧୯ ତାରିଖରେ ପୀଡିତା ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ମହେଶ ପାଣ୍ଡେ ବିରୋଧରେ ଦୁଷ୍କର୍ମ କରିଥିବା ନେଇ ହିରୋଇନ ପୋଲିସକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଇନଷ୍ଟାଗ୍ରାମରେ ପରିଚୟ ହେବା ପରେ ଉଭୟଙ୍କ ମଧ୍ୟରେ ନମ୍ବର ଏକ୍ସଚେଞ୍ଜ ହୋଇଥିଲା । ଏହାପରେ ଜୁନ୍ ୨୯ ତାରିଖରେ ଇଣ୍ଟରଭ୍ୟୁ କରିବା ପାଇଁ ଗୁରୁଗ୍ରାମର ଏକ ହୋଟେଲକୁ ଡାକିଥିଲା ମହେଶ । ପୀଡିତାଙ୍କ ଅଭିଯୋଗ ଅନୁସାରେ, ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ହୋଟେଲ ସିସିଟିଭିରୁ ମହେଶକୁ ଚିହ୍ନଟ କରିଛି । ବର୍ତ୍ତମାନ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଖୋଜିବାରେ ଲାଗିଛି ସ୍ଥାନୀୟ ପୋଲିସ ।

Get real time updates directly on you device, subscribe now.