fbpx

ପାହାଡ଼ରୁ ତଳକୁ ଆସୁ ଆସୁ ହଠାତ୍ ଖସିଗଲା ଓଟର ଗୋଡ଼, ତା’ପରେ କ’ଣ ଘଟିଲା, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଅନେକ ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ନିକଟରେ ଏକ ଓଟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଓଟଟି ପାହାଡ଼ରୁ ତଳକୁ ଆସୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଭାରସାମ୍ୟ ହରାଇଥିଲା । ଫଳରେ ସେ ଗଡ଼ି ଗଡ଼ି ପାହାଡ଼ରୁ ଆସି ତଳେ ପଡ଼ିଥିଲା ।

ଭିଡିଓରେ ଦେଖାଯାଉଛି, ଓଟଟି ହଠାତ୍ ପାହାଡ଼ରୁ ତଳକୁ ଖସି ପଡ଼ୁଛି । ଏହାପରେ ଓଟଟି ଘୋଷାଡ଼ି ହୋଇ ଆସି ତଳେ ପଡ଼ିଥିଲା । ମାତ୍ର ଆଶ୍ଚର୍ଯ୍ୟର କଥା, ଏତେ ଉଚ୍ଚସ୍ଥାନରୁ ଖସି ତଳେ ପଡ଼ିଥିଲେ ହେଁ ଓଟଟିର କିଛି କ୍ଷତି ହୋଇନଥିଲା । ତଳେ ପଡ଼ିବା ପରେ ସଙ୍ଗେସଙ୍ଗେ ଓଟଟି ଉଠି ଛିଡ଼ା ହେବା ସହ ଚାଲିବା ଆରମ୍ଭ କରିଥିଲା । ଏହି ଭିଡିଓଟିକୁ ଦେଖିବା ପରେ ସମସ୍ତ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ କହିବାକୁ ଗଲେ ଓଟ ହେଉଛି ଏକ ବିଶାଳୟ ଜୀବ । ପାହାଡ଼ ପରି ଏକ ଉଚ୍ଚସ୍ଥାନରୁ ଗୋଟିଏ ବଡ଼ ଜୀବ ତଳକୁ ଖସିବା ଏକ ବଡ଼ ବିପଦର କଥା । ମାତ୍ର ଓଟ ଦେହରେ ସାମାନ୍ୟ ଆଘାତ ନ ଲାଗିବା ଈଶ୍ୱରଙ୍କ ବରଦାନ କୁହାଯାଇପାରେ । ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡ଼ିଆରେ ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ‘ପାହାଡ଼ରୁ ତଳକୁ ଖସ, ଆଉ ଉଠି ଚାଲ’ ବୋଲି ଜଣେ ୟୁଜର ଲେଖିଛନ୍ତି ।

Get real time updates directly on you device, subscribe now.