fbpx

ଠିକ୍ ହୋଇପାରୁନି ବିମାନ! ଭାରତରେ ଫସିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ସେପଟେ ଦେଶରେ ବିରୋଧୀ ବଢ଼ାଇଲେଣି ସମସ୍ୟା

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଭାରତ ଗସ୍ତରେ ଆସିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଜି -୨୦ ସଫଳତାର ସହିତ ଶେଷ ହେବା ପରେ ସମସ୍ତ ଦେଶର ନେତାମାନେ ସେମାନଙ୍କ ଦେଶକୁ ଫେରି ସାରିଲେଣି। କିନ୍ତୁ ବିମାନରେ ବୈଷୟିକ ତ୍ରୁଟି କାରଣରୁ କାନାଡ଼ାର ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ନିଜ ଦେଶକୁ ଫେରି ପାରି ନାହାନ୍ତି। ବିମାନ ସଜାଡିବାରେ ବିଳମ୍ବ ହେଉଥିଲା ବେଳେ ଅନ୍ୟ ଏକ ବିମାନ ଟ୍ରୁଡୋଙ୍କୁ ନେବାକୁ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପହଂଚି ପାରି ନାହିଁ। ତେବେ ଜଷ୍ଟିନ ଟ୍ରୁଡୋର ଅତିଥି ହୋଇ ଆସିଥିଏଲ ମଧ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ଫେରିବା ପାଇଁ କୌଣସି ତପ୍ତରତା ପ୍ରକାଶ ପାଇନାହିଁ। କାନାଡ଼ା ପ୍ରଧାନମନ୍ତ୍ରୀ ଭାରତରେ କୃଷି ଆନ୍ଦୋଳନ ବିଷୟରେ କହିବା, ଖାଲୀସ୍ଥାନୀଙ୍କ କାର୍ଯ୍ୟକଳାପକୁ ଏକ ପ୍ରକାର ସମାରହାନ ଦେବା ପାଇଁ ଭାରତ ସରକାର ଜଷ୍ଟିନ ଟ୍ରୁଡୋଙ୍କ ଉପରେ ଖୁସି ନାହାନ୍ତି।

ଏବେ ଏହି କରାଣ ପାଇଁ ତାଙ୍କୁ ତାଙ୍କ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି। କାନାଡା ମିଡିଆ ଏବଂ ବିପକ୍ଷ ନେତାଙ୍କ କହିବା ଅନୁସାରେ ଭାରତରେ ହେଉଥିବା ଜି ୨୦ ସମ୍ମିଳନୀରେ ଜଷ୍ଟିଙ୍କୁ ଅବହେଳିତ ହେଉଥିବା ଦେଖିବାକୁ ମିଳିଛି। ଏହା ଛଡା କାନାଡାର ଏକ ଖବର କାଗଜରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କାନାଡା ପ୍ରଧାନମନ୍ତ୍ରୀଙ୍କ ଫୋଟୋ ଛାପି ଏଥିରେ ଲେଖିଛି ‘ଏ ପଟେ ଯାଆନ୍ତୁ’। ଖବର କାଗଜରେ ଯେଉଁ ଫଟୋ ଛପା ଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରୁଡୋଙ୍କ ସହିତ ହାତ ମିଶାଇ ତାଙ୍କୁ ଆଗକୁ ବଢିବା ପାଇଁ ଇସାରା କରୁଛନ୍ତି।

https://x.com/PierrePoilievre/status/1700949791168172267?s=20

ଏହା ଛଡା କାନାଡାର ଏକ ଫଟୋଗ୍ରାଫର ଉଠାଇଥିବା ଏକ ଫଟୋରେ ଦେଖିବାକୁ ମିଳିଛି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଟ୍ରୁଡୋଙ୍କ ମୁହଁ ସାମ୍ନାକୁ ଆଙ୍ଗୁଠି ଦେଖାଇ କିଛି କହୁଥିବା ଜଣା ପଡୁଛି । ଏହି ଫଟୋରେ ଦେଖିବାକୁ ମିଳିଛି କାହାର ଚେହେରାରେ ହସ ନାହିଁ । ଦୁଇଜଣଙ୍କ ଚେହେରାରେ ଚିନ୍ତା ଥିବା ଦେଖିବାକୁ ମିଳିଛି । କାନାଡାର ମୁଖ୍ୟ ବିପକ୍ଷ ନେତା ପିଆର ପୋଏଲିଭ୍ରେ ଏକ୍ସରେ ସେହି ଫଟୋ ଥିବା ଖବର କାଗଜର ଫ୍ରଣ୍ଟ ପେଜକୁ ସେୟାର କରି ଲେଖଛନ୍ତି “କାନାଡିୟ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଅପମାନିତ ହେବା ଦେଖିବାକୁ ପସନ୍ଦ ନୁହେଁ” ।

କାନାଡାର ଖବର କାଗଜ ‘ଟୋରେଣ୍ଟୋ ସନ’ ଅହୁରି ଲେଖିଛି କାନାଡାର ପ୍ରଧାନମନ୍ତ୍ରୀ ଜି ୨୦ରେ ହୋଇଥିବା ରାତ୍ର ଭୋଜନରେ ମଧ୍ୟ ସାମିଲ ହୋଇ ନଥିଲେ । ଏହାର କାରଣ କ’ଣ ତାହା କାନାଡା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣା ପଡି ନାହିଁ । ଭାରତ ପ୍ରଧାନମନ୍ତ୍ରୀ ଏବଂ କାନାଡା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଖଳିସ୍ତାନୀ କାର୍ଯ୍ୟକଳାପକୁ ନେଇ ଆଲୋଚନା ହୋଇଥିଲା । ଏଥିରେ ଲଗାମ ଲଗାଇବାକୁ ମୋଦୀ ଟ୍ରୁଡୋଙ୍କୁ କହିଥିଲେ । କିନ୍ତୁ ସମାନ ଦିନ ୧୦ ସେପ୍ଟେମ୍ବରରେ କାନାଡାର ଆତଙ୍କୀମାନେ ଭାରତ ବିରୋଧରେ ନାରାବାଜୀ କରିଥିଲେ ।

ଟ୍ରୁଡୋ ସୋମବାର ଦିନ କାନାଡା ଫେରିବା ବେଳେ ତାଙ୍କ ବିମାନ ଖରାପ ହୋଇଥିଲା ଏହା ପରେ ତାଙ୍କୁ ଭାରତରେ ରହିବାକୁ ପଡିଥିଲା । ସୂଚନା ଅନୁସାରେ କାନାଡାରୁ ଆଉ ଏକ ପ୍ଲେନ ଆସୁଛି । ଯାହା ଫଳରେ କାନାଡାର ପ୍ରଧାନମନ୍ତ୍ରୀ ଆଜି ପିଜ ଦେଶକୁ ଫେରିବେ ।

Get real time updates directly on you device, subscribe now.