5 ବଲରେ ମ୍ୟାଚ ଶେଷ, 0 ରେ 7 ଜଣ ଆଉଟ୍, ଦିନିକିଆରେ କେବେ ଦେଖି ନ ଥିବେ ଏମିତି ମ୍ୟାଚ୍…

 

ଓଡିଶା ଭାସ୍କର: ଦିନିକିଆ କ୍ରିକେଟରେ ଏହା ବୋଧେ ସବୁଠୁ ଲଜ୍ଜାଜନକ ରେକର୍ଡ । ଆପଣ କେବେ ମଧ୍ୟ ଏମିତି ମ୍ୟାଚ ଦେଖି ନ ଥିବେ । 10 ଅଗଷ୍ଟରେ ଖେଳାଯାଇଥିବା ଏକ କ୍ରିକେଟ ମ୍ୟାଚ ଏବେ ବେଶ୍ ଚର୍ଚ୍ଚାରେ….

କହିରଖୁ, କାନାଡା ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଅଣ୍ଡର 19 ଦଳ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା ।

ଅଧିକ ପଢନ୍ତୁ…

‘ମୋ ସ୍ୱାମୀ ଅନ୍ୟ ସହ ଶୋଉଥିଲେ…’, ସାମିଙ୍କୁ ନେଇ ସୁନ୍ଦରୀଙ୍କ ହାଇଭୋଲଟେଜ ଡ୍ରାମା, ସାମି ଚୁପ୍

ଆଇସିସିସି ଅଣ୍ଡର 19 ଦିନିକିଆ ବିଶ୍ୱକପର କ୍ୱାଲିଫାୟରର ଏହି ମ୍ୟାଚରେ ଆର୍ଜେଣ୍ଟିନା ପ୍ରଥମେ ବ୍ୟାଟିଂ କରି 23 ରନର ଅଲଆଉଟ ହୋଇଯାଇଥିଲା । ଫଳରେ କାନାଡା ମାତ୍ର 5 ବଲରେ ୱିକେଟ ଶୂନ୍ୟ ରହି ଏହି ମ୍ୟାଚ ଜିତି ଐତିହାସିକ ରେକର୍ଡ କରିଛି । ଯାହା କ୍ରିକେଟରେ ବେଶ୍ ବିରଳ ଘଟଣା ।

ପ୍ରକାଶଥାଉ ଯେ, ଆର୍ଜେଣ୍ଟିନା ଦଳ ପ୍ରଥମେ ବ୍ୟାଟିଂ କରି 19.4 ଓଭରରେ ମାତ୍ର 23 ରନ କରିଥିଲା । ଦଳ ପକ୍ଷରୁ ସର୍ବାଧିକ ରନ ଓଟୋ ସୋରୋଣ୍ଡୋ ବନାଇ ଥିଲେ । ଯିଏ 37 ବଲ ଖେଳି 7 ରନ କରିଥିଲେ ।

ମ୍ୟାଚରେ ଦଳର 7 ଜଣ ବ୍ୟାଟର ଖାତା ଖୋଲି ପାରି ନ ଥିଲେ । କାନାଡା ପକ୍ଷରୁ ବୋଲର ଜଗମ୍ପଦୀପ ସର୍ବାଧିକ 6 ୱିକେଟ ଦାଖଲ କରିଥିଲେ । ସହଜରେ କାନାଡା ଏହି ମ୍ୟାଚକୁ 5 ବଲରେ ଜିତି ନେଇଥିଲା ।