fbpx
BSKY SKY
BSKY SKY

ପ୍ରଥମ ଡୋଜରେ ଆଷ୍ଟ୍ରାଜେନିକା ନେବାପରେ ଦ୍ୱିତୀୟ ଡୋଜରେ ମଡର୍ଣ୍ଣା ନେବେ କାନାଡା ପ୍ରଧାନମନ୍ତ୍ରୀ

BSKY

ନୂଆଦିଲ୍ଲୀ: କରୋନା ବିରୋଧରେ ଟିକାକରଣ ଏବେ ବଡ଼ ଅସ୍ତ୍ର ସାଜିଥିବା ବେଳେ କିଛି ଦେଶରେ ଟିକାକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରହିଛି । କିଛି ଦେଶରେ ଟିକାର ଅଲଗା ଅଲଗା ଡୋଜ୍ ଦେବା ନେଇ ମଧ୍ୟ ଗବେଷଣା ଚାଲିଛି । ଏହି ପରିପ୍ରେକ୍ଷୀରେ କିଛି ବୈଜ୍ଞାନିକ ମତ ଦେଇଛନ୍ତି ଯେ, ଦୁଇଟି ଅଲଗା ଅଲଗା ଡୋଜ୍ ନେବା ଦ୍ୱାରା ଆଣ୍ଟିବଡି ଅଧିକ ସୃଷ୍ଟି ହେଉଛି । ତେବେ ମିକ୍ସ ଆଣ୍ଡ ମ୍ୟାଚ୍ ମେଥଡ୍ ରେ କିଛି ବିଶିଷ୍ଟ ବ୍ୟକ୍ତିତ୍ୱ ଟିକା ନେଉଥିବା ବେଳେ ଏହି କ୍ରମରେ ସାମିଲ ହୋଇଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ସେ ନିଜର ପ୍ରଥମ ଡୋଜ୍ ଆଷ୍ଟ୍ରାଜେନିକା ଭାକସିନ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ରେ ମଡର୍ଣ୍ଣା ଭାକସିନ୍ ନେବାକୁ ଯାଉଛନ୍ତି ।

ସେ ନିଜର ପ୍ରଥମ ଡୋଜ୍ ଏପ୍ରିଲ୍ ମାସରେ ନେଇଥିଲେ । ହେଲେ କାନାଡିଆନ୍ ଅଥରିଟିସ୍ ଙ୍କ ଦ୍ୱାରା ଭାକସିନ୍ କୁ ନେଇ ଜାରି ହୋଇଥିବା କିଛି ପରାମର୍ଶ ପରେ ସେ ଦ୍ୱିତୀୟ ଡୋଜ୍ ରେ ଅଲଗା ଭାକସିନ୍ ନେବା ପାଇଁ ନିଷ୍ପତି ନେଇଛନ୍ତି । କାନାଡିଆନ୍ ଗାଇଡାନ୍ସ ରେ ଇମ୍ୟୁନାଇଜେସନ୍ କୁ ନେଇ ତିଆରି ହୋଇଥିବା ନ୍ୟାସନାଲ୍ ଆଡଭାଇଜରୀ କମିଟି ଘୋଷଣା କରିଥିଲେ ଯେ, ପ୍ରଥମ ଡୋଜ୍ ରେ ଆଷ୍ଟ୍ରାଜେନିକାର ନେବାପରେ ଦ୍ୱିତୀୟ ଡୋଜ୍ ରେ ମଡର୍ଣ୍ଣା କିମ୍ବା ଫାଇଜର୍ ନେବା ଦ୍ୱାରା ଭଲ ଆଣ୍ଟିବଡି ସୃଷ୍ଟି ହେବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ମାତ୍ରାରେ ବୃଦ୍ଧି ପାଉଛି । ଏଥିସହିତ ଏହା ଅନ୍ୟ ଭାରିଆଣ୍ଟ ସହିତ ଲଢ଼ିବାରେ ମଧ୍ୟ ବେଶ୍ ସହାୟକ ହେଉଛି ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

Get real time updates directly on you device, subscribe now.