fbpx

କ୍ୟାନ୍ସରର ଏହି ପ୍ରାରମ୍ଭିକ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା: ନଚେତ୍ ଜୀବନ ପ୍ରତି ବିପଦ

ନୂଆଦିଲ୍ଲୀ: କ୍ୟାନ୍ସରକୁ ଏକ ମାରାତ୍ମକ ରୋଗ ଭାବେ ବିବେଚନା କରାଯାଏ । ଏଥିରେ ଶରୀରର ସେଲ୍ସଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବଢ଼ିବାରେ ଲାଗିଥାଏ, ଯାହା ପରେ ସାଂଘାତିକ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଅନୁଯାୟୀ, ଏହି ରୋଗ ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ସାଜିଛି । ଏଥିରେ ଅନେକ ଲୋକ ପ୍ରୋଷ୍ଟେଟ, ଷ୍ଟମକ, କୋଲୋରେକ୍ଟାଲ୍, ଲିଭର, ଥାଇରଏଡ୍ ଏବଂ ଫୁସଫୁସ କ୍ୟାନ୍ସର ଦ୍ୱାରା ଅନେକ ଲୋକ ପ୍ରଭାବିତ ହୁଅନ୍ତି ।

ମହିଳାମାନଙ୍କ ବିଷୟରେ କହିବାକୁ ଗଲେ ସେମାନେ ଗର୍ଭାଶୟ ଏବଂ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ରହିଛି । କ୍ୟାନ୍ସର ଯେପରି ଆପଣଙ୍କ ଜୀବନ ନନିଏ, ସେଥିପାଇଁ ଏହି ରୋଗକୁ ଚିହ୍ନଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ…

ଯୋନୀରୁ ରକ୍ତସ୍ରାବ:
ଜଣେ ସୁସ୍ଥ ଓ ତରୁଣ ଯୁବତୀଙ୍କ ପିରିୟଡ ସମୟରେ ରକ୍ତସ୍ରାବ ହେବା ଅତି ସାଧାରଣ କଥା । କିନ୍ତୁ ଯଦି ପିରିୟଡ ଶେଷ ହେବା ପରେ ବି ରକ୍ତସ୍ରାବ ହେଉଛି, ତେବେ ବୁଝିଯିବେ କି ଏହା ୟୁଟେରାଇନ କ୍ୟାନ୍ସର ହୋଇପାରେ ।

କାଶ:
ଋତୁ ପରିବର୍ତ୍ତନ ସହ କାଶ ହେବା ଅତି ସାଧାରଣ କଥା । କିନ୍ତୁ କାଶ ଯଦୁ ଏକ ମାସ ଧରି ଲାଗିରୁହେ, ତେବେ ବୁଝିଯାଆନ୍ତୁ କି କିଛି ବି ଠିକ୍ ନାହିଁ । ଆପଣଙ୍କର ଫୁସଫୁସ କର୍କଟ ହୋଇପାରେ, ତେଣୁ ତୁରନ୍ତ ଟେଷ୍ଟ କରିବା ଉଚିତ୍ ।

ଡିପ୍ରେସନ:
ପାରିବାରିକ, ସାମାଜିକ ଓ ଅର୍ଥନୈତିକ କାରଣ ଯୋଗୁଁ ଡିପ୍ରେସନ ହୋଇଥାଏ, କିନ୍ତୁ ଏହା ଯୋଗୁଁ କ୍ୟାନ୍ସର ହୋଇପାରେ । ସାଧାରଣତଃ ଯେତେବେଳେ ମସ୍ତିଷ୍କରେ ଏକ ଟ୍ୟୁମର ହୋଇଥାଏ, ସେବେ ଟେନସନ, ଚାପ ଏବଂ ଡିପ୍ରେସନ ଭଳି ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇଥାଏ ।

ଝାଡାରେ ରକ୍ତ:
ଯଦି କୌଣସି ବ୍ୟକ୍ତିଙ୍କୁ ପାଇଲସ୍ ହୋଇଥାଏ, ସେବେ ଝାଡାରେ ରକ୍ତ ପଡିଥାଏ । ଯଦି ଆପଣଙ୍କୁ ଏହି ରୋଗ ନାହିଁ, କିନ୍ତୁ ଆପଣଙ୍କ ଝାଡାରେ ରକ୍ତ ପଡୁଛ, ତେବେ ଏହା କ୍ୟାନ୍ସରର ଲକ୍ଷଣ ହୋଇପାରେ ।

ବିନା କାରଣରେ ଓଜନ ହ୍ରାସ:
ଲଗାତାର ବ୍ୟାୟାମ ଏବଂ ଭାରୀ ୱାର୍କଆଉଟ୍ ପରେ ଓଜନ କମିବା କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ । କିନ୍ତୁ ଯଦି ବିନା କାରଣରେ ଓଜନ ହ୍ରାସ ପାଏ, ତେବେ ଏହା କର୍କଟ ରୋଗର ଲକ୍ଷଣ ହୋଇପାରେ ।

Get real time updates directly on you device, subscribe now.