fbpx

ଡିଏନଏ ଟେଷ୍ଟ୍ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ, ଏହା ଗୋପନୀୟତା ଅଧିକାରର ଉଲଙ୍ଘନ ଅଟେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କାହାକୁ ବି ଡିଏନଏ ଟେଷ୍ଟ୍ ପାଇଁ ବାଧ୍ୟ କରାଯାଇପାରିବ ନାହିଁ, ଏପରି କରିବାକୁ ବାଧ୍ୟ କରିବା ତଥା କରାଇବା ବ୍ୟକ୍ତିଗତ ସ୍ୱତନ୍ତ୍ରତା ଓ ଗୋପନୀୟତା ନିୟମର ଉଲଙ୍ଘନ କରିବା ସହିତ ସମାନ । ଏପରି କିଛି କହିଛନ୍ତି ସୁପ୍ରିମକୋର୍ଟ । ଏହା କରିବା ଦ୍ୱାରା ବ୍ୟକ୍ତି ଉପରେ ସାମାଜିକ ପ୍ରଭାବ ପଡ଼ିଥାଏ । ସୁପ୍ରିମକୋର୍ଟ ଏହି ଆଦେଶ ପଞ୍ଜାବର ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଦେଇଛନ୍ତି । ଆବେଦନକାରୀ ନିଜ ଆବେଦନରେ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ବାସ୍ତବରେ ହାଇକୋର୍ଟ ସମ୍ପତିରେ ଅଂଶୀଦାର ହେବା ପାଇଁ ଡିଏନଏ ଟେଷ୍ଟ କରାଇବାକୁ ଆଦେଶ ଦେଇଥିଲେ ।

ସୂଚନା ଅନୁସାରେ, ପଞ୍ଜାବରେ ତିନିଜଣ ଭଉଣୀ ଜଣେ ବ୍ୟକ୍ତିଙ୍କୁ ଏହା କହି ସମ୍ପତିରେ ଭାଗ ଦେଲେନି ଯେ, ସେହି ବ୍ୟକ୍ତି ଜଣକ ସେମାନଙ୍କର ଭାଇ ନୁହନ୍ତି । ଦସ୍ତାବିଜରେ ଦର୍ଶାଯାଇଛି ଯେ, ବ୍ୟକ୍ତି ଜଣକ ସେମାନଙ୍କ ମାଆବାପାଙ୍କ ପୁଅ ନୁହେଁ । ଏହି ମାମଲା କୋର୍ଟରେ ପହଞ୍ଚିବା ପରେ ତିନି ଭଉଣୀ ଡିଏନଏ ଟେଷ୍ଟ କରିବା ପାଇଁ କହିଥିଲେ । ହେଲେ ଜଜ୍ ଟେଷ୍ଟ୍ କଥାରେ ଅସହମତି ପ୍ରକାଶ କରିଥିଲେ । ପରେ ଏହା ପଞ୍ଜାବ-ହରିୟାଣା ହାଇକୋର୍ଟକୁ ଯାଇଥିଲା । ଏହାପରେ ୨୦୧୯ରେ ହାଇକୋର୍ଟ ଡିଏନଏ ଟେଷ୍ଟ କରାଇବା ନେଇ ଅନୁମତି ଦେଇଥିଲେ । ତେଣୁ ଉକ୍ତ ବ୍ୟକ୍ତି ଜଣକ ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏହି ମାମଲା ନେଇ ଆବେଦନ କରିଥିଲେ ।

Get real time updates directly on you device, subscribe now.