ମା’ ପାକିସ୍ତାନ ଯାଇପାରିବେନି, ଛୁଆ ବି ଭାରତରେ ରହିପାରିବେନି
ୱାଘା-ଅଟାରୀ ସୀମାରେ ରୋଚକ ଦୃଶ୍ୟ। ଭାରତୀୟ ମା'କୁ ପାକିସ୍ତାନୀ ଛୁଆ ସହ ପାକିସ୍ତାନ ଯିବାକୁ ବାରଣ।
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ‘ମିନି ସ୍ୱିଜରଲ୍ୟାଣ୍ଡ’ ଭାବରେ ପରିଚିତ ପର୍ଯ୍ୟଟନସ୍ଥଳୀ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଭାରତ ଛାଡିବା ପାଇଁ ସମୟ ସୀମା ପୂର୍ବରୁ ପାକିସ୍ତାନୀ ନାଗରିକମାନେ ଅମୃତସରର ୱାଘା-ଅଟାରୀ ସୀମାରେ ପହଞ୍ଚିବା ଆରମ୍ଭ କରିଛନ୍ତି।
ପହଲଗାମରେ ଭୟଙ୍କର ଆକ୍ରମଣ ପରେ ଭାରତ କଡ଼ା ପ୍ରତିକ୍ରିୟା ସ୍ୱରୂପ ପାକିସ୍ତାନୀମାନଙ୍କ ପାଇଁ ଭିସା ସେବାକୁ ସ୍ଥଗିତ କରିଛି। ଏବଂ ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହାରି ଭିତରେ କିଛି ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। କି ମା ଭାରତୀୟ, ଛୁଆ ପାକିସ୍ତାନୀ।
ମା’ ଭାରତୀୟ ଛୁଆ ପାକିସ୍ତାନୀ: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ଉପରେ କ୍ଷୋଭ ଝାଡୁଛନ୍ତି। ଆଉ ପାକିସ୍ତାନୀଙ୍କୁ କଡା ଯବାବ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଆଉ ଅମୃତସରର ୱାଘା-ଅଟାରୀ ସୀମାକୁ ମଧ୍ୟ ବନ୍ଦ କରିଦେଇଛନ୍ତି।
ଆଉ ଯେଉଁ ପାକିସ୍ତାନୀ ଭାରତରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏଥିପାଇଁ ଅମୃତସରର ୱାଘା-ଅଟାରୀ ସୀମାରେ ପହଞ୍ଚିବା ଆରମ୍ଭ କରିଛନ୍ତି ପାକିସ୍ତାନୀ। ହେଲେ ଏହି ସୀମା ନିକଟରେ କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି।
କି ମା’ ଭାରତୀୟ ଆଉ ଛୁଆ ପାକିସ୍ତାନୀ। ଯେହେତୁ ମହିଳା ଜଣକ ଭାରତୀୟ ଏବଂ ସେ ପାକିସ୍ତାନରେ ବିବାହ କରିଛନ୍ତି। ତେଣୁ ତାଙ୍କ ଛୁଆ ପାକିସ୍ତାନୀ। ହେଲେ ଭାରତକୁ ବୁଲିବାକୁ ଆସି ଫସି ଯାଇଛନ୍ତି।
କିପରି ଯିବେ ପାକିସ୍ତାନ: ମହିଳାଙ୍କ କହିବା କଥା। ସେ ଜଣେ ଭାରତୀୟ। ହେଲେ ତାଙ୍କର ପାକିସ୍ତାନରେ ବାହାଘର ହୋଇଛି। ଏବଂ ତାଙ୍କ ପିଲାମାନଙ୍କର ପାକିସ୍ତାନର ଗ୍ରୀନ ପାସପୋର୍ଟ ରହିଛି। ଆଉ ଯେହେତୁ ସେ ଭାରତୀୟ ତାଙ୍କର ଗ୍ରୀନ୍ ପାସପୋର୍ଟ ନାହିଁ।
ତେଣୁ ଭାରତୀୟ ସୀମା ଡେଇଁ ତାଙ୍କୁ ପାକିସ୍ତାନ ଛଡ଼ାଯାଉନାହିଣ। ସେପଟେ ଯେହେତୁ ତାଙ୍କ ପିଲା ପାକିସ୍ତାନୀ, ତେଣୁ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ ଭାରତରେ ରହିପାରିବେ ନାହିଁ।
ପିଲା ଭାରତରେ ରହି ପାରିବେ ନାହିଁ। କି ମା’ ପାକିସ୍ତାନ ଯାଇପାରିବେ ନାହିଁ। ତାହାଲେ ସେମାନେ କରିବେ କ’ଣ। ତେଣୁ ମହିଳା ଜଣଙ୍କ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି କି ତାଙ୍କ ପିଲାଙ୍କ ସହ ତାଙ୍କୁ ପାକିସ୍ତାନ ଯିବାକୁ ଅନୁମାତି ମିଳୁ।