ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଆଜି ଥିଲା ତୃତୀୟ ଦିନ । ଆଉ ଭାରତ ଏବେ ଏହି ମ୍ୟାଚରେ ହଟ୍ ସିଟ୍ରେ ରହିଛି । ମ୍ୟାଚଟିକୁ ଜିତିବା ପାଇଁ ଏବେ ଟିମ୍ ଇଣ୍ଡିଆକୁ ୭ଟି ୱିକେଟ ନେବାର ଅଛି । ସେପଟେ ଘରୋଇ ଦଳକୁ ଆଉ ୫୨୨ ରନ୍ର ଆବ୍ୟଶକତା ଥିବା ବେଳେ ତାହା ଅସମ୍ଭବ ଲାଗୁଛି । ତେବେ କଣ ଥିଲା ୩ୟ ଦିନର ଖେଳ ଆସନ୍ତୁ ତା ଉପରେ ନଜର ପକାଇବା । ଗତକାଲି ୨ୟ ଦିନରେ ଟିମ୍ ଇଣ୍ଡିଅ ବିନା ୱିକେଟରେ ୧୭୨ ରନ କରିଥିଲା । ଆଜି ଖେଳ ସେହିଠାରୁ ଆରମ୍ଭ ହୋଇଥିଲା ।
ଉଭୟ ଓପନର ଅର୍ଧଶତକ ହାସଲ କରିଥିବା ବେଳେ ବ୍ୟକ୍ତିଗତ ୭୭ ରନ କରି ଆଉଟ୍ ହୋଇଥିଲେ କେଏଲ ରାହୁଲ । ଏହା ପରେ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଶତକ ହାସଲ କରିଥିଲେ ୨୨ ବର୍ଷୀୟ ଯଶସ୍ୱୀ ଜୟସ୍ୱାଲ । କୋହଲିଙ୍କ ସହ ଏକ ବଡ ପାଟର୍ନସିପ କରିଥିଲେ ଜଏସ୍ୱାଲ । ବ୍ୟକ୍ତିଗତ ୧୬୧ ରନ କରି ଯଶସ୍ୱୀ ପ୍୍ୟାଭିଲଅନ ଫେରଥିଲେ । ଭାରତ ଧିରେ ଧିରେ ଏକ ବଡ ଟାର୍ଗେଟ ଆଡକୁ ଗତି କରୁଥିବା ବେଳେ ବିରାଟ କୋହଲି ଏହାର ମଙ୍ଗ ଧରିଥିଲେ । ଦୀର୍ଘ ଦିନ ପରେ ଶତକ ହାସଲ କରିଥିଲେ କୋହଲି । ଏହା ତାଙ୍କ ଆନ୍ତର୍ଜାତୀୟ କ୍ୟାରିଅରରେ ୮୧ତମ ଶତକ ଥିଲା । ଭାରତ ୪୮୭ ରନରେ ପାଳି ଘୋଷଣା କରିଥିବା ବେଳେ ଘରୋଇ ଦଳକୁ ମିଳିଥିଲା ୫୩୪ ରନର ବିଶାଳ ଟାର୍ଗେଟ ।
ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ କ୍ରିଜକୁ ଓହ୍ଲାଇଥିଲେ ଅଷ୍ଟେଲେିଆର ଦୁଇ ଓପନର । ହେଲେ ଭାରତୀୟ ଅଧିନାୟକ ଯସପ୍ରୀତ ବୁମରା ପ୍ରଥମ ପାଳି ଭଳି ଦ୍ୱିତୀୟ ପାଳିରେ ମଧ୍ୟ ଦମଦାର ବୋଲିଂ କରିଛନ୍ତି । ପ୍ରଥମ ଓଭରରେ ମ୍ୟାକସ୍ୱିନୀଙ୍କୁ ବିନା ଖାତାରେ ଆଉଟ୍ କିରିଥିଲେ ବୁମରା । ଏହା ପରେ ନାଇଟ୍ ୱାଚମ୍ୟାନ ଭାବେ ପଡିଆକୁ ଆସିଥିଲେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ । ହେଲେ ସେ ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରନଥିଲେ । ୨ ରନ କରି ସେ ଆଉଟ ହେବା ପରେ ମାର୍ନସ ଲାବୁସାନଙ୍କୁ ବ୍ୟକ୍ତିଗତ ୩ ରନରେ ଆଉଟ୍ କରିଦେଇଥିଲେ ଭାରତୀୟ ଅଧିନାୟକ ।
ତୃତୀୟ ଦିନ ଖେଳ ଶେଷ ସୁଧା କଙ୍ଗାରୁ ଦଳ ୧୨ ରନରେ ୩ଟି ୱିକେଟ ହରାଇଛି । ଏହି ମ୍ୟାଚରେ ୨ ଦିନ ବାକିଥିବା ବେଳେ ଟିମ୍ ଇଣ୍ଡିଆକୁ ଜିତିବା ପାଇଁ ୭ ୱିକେଟ ଆବଶ୍ୟକତା ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ୫୨୨ ରନର ଦରକାର ଅଛି । ତେବେ ଅଷ୍ଟ୍ରେଲିଆ ହାତରେ ୨ ଦିନ ବାକି ରହିଥିଲେ ମଧ୍ୟ ଭାରତର ବୋଲିଂ ଲାଇନ୍ ଅଫ୍ ଦଳ ପାଇଁ ଚିନ୍ତା ବଢାଇଛି । ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଦମଦାର ବୋଲିଂ କରି ଇତିହାସ ସୃଷ୍ଟି କରିବାକୁ ଚେଷ୍ଟା କରିବେ ଅଧିନାୟକ ଜଶପ୍ରୀତ ବୁମରାହ ।