(video)ବଲିଉଡକୁ କ୍ୟାପଟେନ୍ କୁଲଙ୍କ ଡେବ୍ୟୁ, ଆକ୍ସନରେ ଉଡ଼ାଇଲେ ହୋସ୍, ପଛରେ ପଡ଼ିଲେ ଟାଇଗର- ହ୍ରିତିକ
ଖେଳ ପଡ଼ିଆରେ ମାରୁଥିଲେ ଚକୌ, ଛକା। ଏବେ ବଲିଉଡ୍ ପରଦାରେ କରିବେ ତାକଧିନାଧିନ।
ମୁମ୍ବାଇ: ଖେଳ ପଡ଼ିଆରେ ମାରୁଥିଲେ ଚକୌ, ଛକା। ଏବେ ବଲିଉଡ୍ ପରଦାରେ କରିବେ ତାକଧିନାଧିନ। ବ୍ୟାଟ ଧରିବା ହାତରେ ଧରିଛନ୍ତି ବନ୍ଧୁକ ଦମଦାର ଆକ୍ସ ସିନ୍ରେ ବଡ଼ ପରଦାରେ ହିରୋ ଚରିତ୍ରରେ ଆସୁଛନ୍ତି କ୍ୟାପଟେନ୍ କୁଲ।
ସୋସିଆଲ ମିଡିଆରେ ଆସିଥିବା ଫିଲ୍ମର ଟିଜର କ୍ୟାପଟେନ୍ କୁଲ ଏମଏସ ଧୋନିଙ୍କ କୋଟି କୋଟି ପ୍ରଶଂସକଙ୍କୁ ଚମକାଇ ଦେଇଛି। ଯାହାଙ୍କ ହେଲିକପ୍ଟର ସର୍ଟରେ କ୍ରିକେଟ ପଡ଼ିଆରେ ଲୋକ ଖୁସିରେ ନାଚୁଥିଲେ। ସେ ଏବେ ଫିଲ୍ମରେ ଗୁଳି ବର୍ଷା କରୁଥିବା ଦେଖିବାକୁ ମିଳିବ।
ଚକୌ, ଛକାରେ ମାରି ରେକର୍ଡ କରିଥିବା କ୍ୟାପଟେନ୍ କୁଲ ଏବେ ଆର. ମାଧ୍ୟବନଙ୍କ ସହ ବଡ଼ ପରଦାରେ ଆସୁଛନ୍ତି। ଫିଲ୍ମର ଟିଜରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତା ଆର. ମାଧ୍ୟବନ।
ଫିଲ୍ମରେ ଧୋନି ଟାକ୍ସ ଫୋର୍ସ ଅଫିସର ଅବତାରରେ ନଜର ଆସିବେ। କମାଣ୍ଡୋ ୟୁନିଫର୍ମରେ ଆଖିରେ କଳା ଚଷମା ଲଗାଇ ଶତ୍ରୁ ଉପରେ ଧନା ଧନ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି।
View this post on Instagram
ସୋସିଆଲ ମିଡଆରେ ଆର ମାଧ୍ୟବନ ଟିଜର ସେୟାର କରି ଲେଖିଛନ୍ତି ଏକ ମିଶନ, ଦୁଇ ଖେଲାଡ଼ି। ପ୍ରସ୍ତୁତ ହୁଅନ୍ତୁ, ଧମାକେଦାର ଚେଜ୍ ଆରମ୍ଭ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ବସନ ବାଲା। ହେଲେ ବଡ଼ କଥା ହେଉଛି ଏହି ଫିଲ୍ମ ୱେବ ସିରିଜ କି କୌଣସି ବିଜ୍ଞାପନର ଆଡ୍ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।
ଟିଜରରେ ଆର, ମାଧ୍ୟବନ ମଧ୍ୟ ଧୋନିଙ୍କ ସହ ନଜର ଆସିଛନ୍ତି। ଦୁହେଁ ଟାସ୍କ ଫୋର୍ସ ଅଫିସର ଚରିତ୍ରରେ ନଜର ଆସିଛନ୍ତି। ଭିଡ଼ିଓରେ ଧୋନିଙ୍କ ଇଟ୍ରୋ ଦ କୁଲ ହେଡ୍ ରୂପରେ ଦିଆଯାଇଛି। ମାଧ୍ୟବନଙ୍କୁ ହୃଦୟରୁ ଭାବୁଥିବା ରୋମାଣ୍ଟିକ୍ ଅଫିସର କୁହାଯାଇଛି।
ଭିଡିଓକୁ ସୋସିଆଲ ମିଡିଆରେ ଦର୍ଶକଙ୍କୁ ଦିୱାନା କରିଛି। ଧୋନିଙ୍କ ଲୁକ୍ ନେଇ କମେଣ୍ଟ ବକ୍ସ ଫୁଲ ହେଉଛି। ପ୍ରଶଂସକଙ୍କ ଧୋନିଙ୍କ ଏହି ଅବତାର ବେଶ ପସନ୍ଦ ମଧ୍ୟ କରିଛନ୍ତି। ଧୋନିଙ୍କ ଏଭଳି ଅବତାରକୁ ବଡ଼ ପରଦାରେ ଦେଖିବାକୁ ପ୍ରଶଂସକଙ୍କ ଜାତକ ପରି ଚାହିଁ ବସିଛନ୍ତିି। ଅପେକ୍ଷା କେବେ ଫିଲ୍ମ ରିଲିଜ ହେବ ଆଉ ଧୋନିଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ।