fbpx

ଶେଷ T-20I ମ୍ୟାଚରେ ଇତିହାସ ରଚିଲେ Captain Rohit: ବିଶ୍ୱକପ ବିଜୟ ସହ ଭାଙ୍ଗିଲେ ୩ଟି ରେକର୍ଡ

Advertisement

ନୂଆଦିଲ୍ଲୀ: ୧୭ ବର୍ଷର ଅପେକ୍ଷା ପରେ ଟି-୨୦ ବିଶ୍ୱକପରେ ଚମ୍ପିଆନ୍ ସାଜିଛି ଭାରତ । ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ୱିତୀୟ ଟି-୨୦ ବିଶ୍ୱକପ ନିଜ ନାମରେ କରିଛି ଟିମ ଇଣ୍ଡିଆ । ରୋହିତଙ୍କ ନେତୃତ୍ୱରେ ଭାରତ ପୁଣିଥରେ ବିଶ୍ୱବିଜେତା ହୋଇଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚରେ ବିଜୟୀ ହାସଲ କରି ଶେଷରେ ଚମ୍ପିଆନ୍ ପାଲଟିଛି ରୋହିତ ସେନା । ଲଗାତାର ୮ଟି ମ୍ୟାଚରେ ବିଜୟୀ ହୋଇ ଭାରତ ଚମ୍ପିଆନ୍ ହୋଇଛି । ବିଶ୍ୱକପ ଟ୍ରଫି ହାତେଇବା ପରେ ଅଧିନାୟକ ରୋହିତ ଟି-୨୦ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ତେବେ କ୍ୟାରିୟରର ଶେଷ ଟି-୨୦ ମ୍ୟାଚରେ ବିଜୟୀ ହୋଇ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ରୋହିତ ଶର୍ମା ।

ଦ୍ୱିତୀୟ ଟି-୨୦ ବିଶ୍ୱ ବିଜୟୀ ଅଧିନାୟକ: ଚଳିତ ଟି-୨୦ ବିଶ୍ୱକପ ଫାଇନାଲରେ ବିଜୟ ହାସଲ କରିବା ପରେ ରେକର୍ଡ ନିଜ ନାମରେ କରିଛନ୍ତି ରୋହିତ । ଏହି ବିଜୟ ସହ ସେ ଭାରତର ଦ୍ୱିତୀୟ ଟି-୨୦ ବିଶ୍ୱକପ ପାଇନାଲ ବିଜୟୀ ଅଧିନାୟକ ହୋଇଛନ୍ତି । ୨୦୦୭ ଟି-୨୦ ବିଶ୍ୱକପରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଭାରତ ପ୍ରଥମ ବିଶ୍ୱବିଜୟୀ ଅଧିନାୟକ ହୋଇଥିବା ବେଳେ ରୋହିତ ଏହି ଦଳରେ ସଦସ୍ୟ ରହିଥିଲେ । ତେବେ ଚଳିତବର୍ଷ ରୋହିତଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ଟି-୨୦ ବିଶ୍ୱକପ ବିଜୟୀ ହୋଇଛି । ଏହାସହିତ ୨ ଥର ଟି-୨୦ ବିଶ୍ୱକପ ବିଜୟୀ ହୋଇଥିବା ଭାରତୀୟ କ୍ରିକେଟର ପାଲଟିଛନ୍ତି ରୋହିତ ଶର୍ମା ।

୧୦୦ ପ୍ରତିଶତ ବିଜୟ ରେକର୍ଡ: ଟି-୨୦ ବିଶ୍ୱକପ-୨୦୨୪ରେ ରୋହିତ ଶତ ପ୍ରତିଶତ ମ୍ୟାଚ ବିଜୟୀ ହୋଇ ଚମ୍ପିଆନ୍ ପାଲଟିଛି । ଦିନିକିଆ ବିଶ୍ୱକପ-୨୦୨୩ରେ ରୋହିତ ସେନା ସମସ୍ତ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଫାଇନାଲରେ ପରାସ୍ତ ହୋଇଥିଲା । ତେବେ ଚଳିତ ଟି-୨୦ ବିଶ୍ୱକପରେ ସମସ୍ତ ମ୍ୟାଚ ବିଜୟୀ ହେବା ସହ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱବିଜୟୀ ହୋଇଛି ।

୫୦ ଟି-୨୦ ମ୍ୟାଚ ବିଜୟ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ଟି-୨୦ ବିଶ୍ୱକପର ଫାଇନାଲରେ ବିଜୟ ସହ ରୋହିତ ୫୦ ଟି-୨୦ ମ୍ୟାଚରେ ବିଜୟୀ ଅଧିନାୟକ ପାଲଟିଛନ୍ତି । ବିଶ୍ୱର ପ୍ରଥମ ଅଧିନାୟକ ଭାବରେ ରୋହିତ ୫୦ଟି ଟି-୨୦ ମ୍ୟାଚରେ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି । ଟିମ ଇଣ୍ଡିଆ ପାଇଁ ରୋହିତ ୬୨ଟି ମ୍ୟାଚରେ ନେତୃତ୍ୱ ନେଇଥିବା ବେଳେ ୫୦ଟି ମ୍ୟାଚରେ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.