fbpx

Big Breaking… ଇତିହାସ ରଚିଲେ ଅଧିନାୟକ ରୋହିତ: ସଚିନ୍-ଗେଲଙ୍କ ଦୁଇଟି ବିଶାଳ ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦୁଇଟି ବିରାଟ ରେକର୍ଡ ନିଜ ନାମରେ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ମାତ୍ର ୬୩ ବଲରୁ ଶତକ ଅର୍ଜନ କରିୂ ସେ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିବା ବେଳେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର କ୍ରିସ ଗେଲଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଆଜି ଏହି ମ୍ୟାଚରେ ଦୁଇଟି ମହାରେକର୍ଡକୁ ନିଜ ନାମରେ ଲେଖିଛନ୍ତି ଅଧିନାୟକ ରୋହିତ ।

ଆଫଗାନିସ୍ତାନର ୨୭୩ ରନ ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଶାନ । ତେବେ ଆରମ୍ଭରୁ ହିଁ ରୋହିତ ଆଫଗାନୀ ବୋଲରଙ୍କୁ ଆକ୍ରମଣ କରିଥିଲେ । ଫଳରେ ଦମଦାର ଅର୍ଦ୍ଧଶତକ ପରେ ବିସ୍ଫୋରକ ଶତକ ହାସଲ କରିଛନ୍ତି ରୋହିତ । ଏହି ଶତକ ସହ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ଶତକ ସଂଖ୍ୟାରେ ପଛରେ ପକାଇ ଦେଇଛନ୍ତି । ବିଶ୍ୱକପ ଇତିହାସରେ ସର୍ବାଧିକ ଶତକ ହାସଲ କରିବାରେ ସଚିନଙ୍କୁ ଅତିକ୍ରମ କରି ଶୀର୍ଷରେ ପହଞ୍ଚିଛନ୍ତି ରୋହିତ । ସଚିନ୍ ନିଜ କ୍ୟାରିୟରରେ ମୋଟ ୬ଟି ଶତକ ଅର୍ଜନ କରିଥିବା ବେଳେ ରୋହିତ ନିଜର ସପ୍ତମ ବିଶ୍ୱକପ ଶତକ ହାସଲ କରିଛନ୍ତି ।

ତେବେ ସଚିନ ୪୧ଟି ଇନିଂସରୁ ଏହି ୬ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । କିନ୍ତୁ ରୋହିତ ମାତ୍ର ୧୯ଟି ଇନିଂସରେ କ୍ୟାରିୟରର ସପ୍ତମ ବିଶ୍ୱକପ ଶତକ ହାସଲ କରି ସଚିନଙ୍କୁ ଏହି ତାଲିକାରେ ପଛରେ ପକାଇ ଦେଇଛନ୍ତି । ତେବେ ରୋହିତ ଏବଂ ସଚିନଙ୍କ ପରେ ଏହି ତାଲିକାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏବଂ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ୫ଟି ଲେଖାଏଁ ଶତକ ଅର୍ଜନ କରିଛନ୍ତି ।

ଏହାବ୍ୟତୀତ ଏହି ମ୍ୟାଚରେ ଆଉ ଏକ ବିଶାଳ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ଆଜିର ଇନିଂସରେ ଦ୍ୱିତୀୟ ଛକା ମାରି ସିକ୍ସର କିଙ୍ଗ ପାଲଟିଯାଇଛନ୍ତି ରୋହିତ । ଏହି ଛକା ସହ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ପାଲଟିଛନ୍ତି । ନିଜ କ୍ୟାରିୟରରେ ମୋଟ ୫୫୪ଟି ଛକା ସହ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ରୋହିତ । ତେବେ ଏହି ତାଲିକାରେ ବର୍ତ୍ତମାନ ପର୍ଯ୍ୟନ୍ତ କାରବିୟନ୍ ଷ୍ଟାର କ୍ରିସ ଗେଲ୍ ଶୀର୍ଷ ସ୍ଥାନରେ ରହିଥିଲେ । ତାଙ୍କ ନାମରେ ମୋଟ ୫୫୩ଟି ଛକା ସାମିଲ ଥିବା ବେଳେ ରୋହିତ ବର୍ତ୍ତମାନ ସିକ୍ସର କିଙ୍ଗ ହୋଇଛନ୍ତି । ରୋହିତ ଏବଂ ଗେଲଙ୍କ ବ୍ୟତୀତ ତାଲିକାର ତୃତୀୟ ସ୍ଥାନରେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି (୪୭୬) ଏବଂ ଚତୁର୍ଥରେ ନୁଜିଲାଣ୍ଡ ଷ୍ଟାର କ୍ରିକେଟର ବ୍ରେଣ୍ଡନ୍ ମ୍ୟାକୁଲମ(୩୯୮) ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.