fbpx

BGT; ଅଷ୍ଟ୍ରେଲିଆ ସିରିଜରେ ଖେଳିବେନି Captain ରୋହିତ: କିଏ ହେବେ ଅଧିନାୟକ? କିଏ କରିବେ Opening?

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବ ଟିମ ଇଣ୍ଡିଆ । କିନ୍ତୁ ଏହି ସିରିଜ ପୂର୍ବରୁ ଭାରତକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଅଧିନାୟକ ରୋହିତ ଶର୍ମା ସିରିଜର ପ୍ରଥମ କିଛି ମ୍ୟାଚ୍ ଖେଳିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଏହି ସିରିଜର ପ୍ରଥମ ୨ଟି ମ୍ୟାଚରେ ରୋହିତ ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇବେ ନାହିଁ । ତେବେ ବ୍ୟକ୍ତିଗତ କାରଣ ଯୋଗୁଁ ସେ ଏହି ମ୍ୟାଚ୍ ଗୁଡ଼ିକରେ ନିଜକୁ ଅନୁପସ୍ଥିତ ରହିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ରୋହିତଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ କାହାକୁ ମିଳିବ? ଟିମ ଇଣ୍ଡିଆ ପାଇଁ କିଏ କରିବେ ଓପନିଙ୍ଗ?

ସୂଚନା ଅନୁସାରେ, ରୋହିତ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ର ପ୍ରଥମ ୨ଟି ମ୍ୟାଚରୁ ଦୂରେଇ ରହିପାରନ୍ତି । ବିସିସିଆଇ ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କୁ ଏ ନେଇ ସୂଚନା ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । କିଛି ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଏହି ସିରିଜରୁ ସେ ବାଦ୍ ପଡ଼ିବେ ବୋଲି ବୋର୍ଡକୁ ସୂଚନା ଦେଇଛନ୍ତି । ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେଣୁ ଚୟନ କମିଟି ଏବଂ ବିସିସିଆଇ ଏହି ସିରିଜ ପାଇଁ ଦଳ ଘୋଷଣା ପୂର୍ବରୁ ରୋହିତଙ୍କ ଶେଷ ନିଷ୍ପତ୍ତିକୁ ଅପେକ୍ଷା ରହିଛି ।

କିଏ କରିବ ଓପନିଙ୍ଗ?

ରୋହିତ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଅନୁପସ୍ଥିତ ରହିଲେ ଓପନିଙ୍ଗ ଭାର ଯୁବ ଓପନର ଶୁଭମନ ଗିଲଙ୍କୁ ମିଳିପାରେ । ଜଏସ୍ୱାଲଙ୍କ ସହ ସେ ଦଳର ଓପନିଙ୍ଗ ଦାୟିତ୍ୱ ଗ୍ରହଣ କରିପାରନ୍ତି । ଏହାବ୍ୟତୀତ କେ.ଏଲ ରାହୁଲ ମଧ୍ୟ ଜଣେ ବିକଳ୍ପ ଭାବରେ ଦଳରେ ସାମିଲ ରହିଛନ୍ତି । ଏହାବ୍ୟତୀତ ଷ୍ଟାର କ୍ରିକେଟର ଇଶାନ୍ କିଶାନ୍ ଏବଂ ଋତୁରାଜ ଗାଏକ୍ୱାଡଙ୍କୁ ମଧ୍ୟ ଦଳରେ ସାମିଲ କରିପାରେ ଭାରତୀୟ ଚୟନ କମିଟି । ଉଭୟ ଖେଳାଳି ଘରୋଇ କ୍ରିକେଟରେ ନିଜର ଦମଦାର ପ୍ରଦର୍ଶନ କରିଛନ୍ତି । ସେହିପରି ଅଭିମନ୍ୟୁ ଈଶ୍ୱରନ୍ ମଧ୍ୟ ଭାରତ ପାଇଁ ଜାଣେ ବିକଳ୍ପ ହୋଇପାରନ୍ତି ।

କିଏ ହେବେ ଅଧିନାୟକ?

ରୋହିତଙ୍କ ସ୍ଥାନରେ ନେତୃତ୍ୱ ନେବା ପାଇଁ ଅନେକ ବିକଳ୍ପ ପାଇଛି ଟିମ ଇଣ୍ଡିଆ । ଜଶପ୍ରୀତ ବୁମରାହ, କେ.ଏଲ ରାହୁଲ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱୀନଙ୍କ ସହ ଶୁଭମନ ଗିଲ୍ ମଧ୍ୟ ଦଳରେ ସାମିଲ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କୁ ଦଳର ନେତୃତ୍ୱ ଦିଆଯାଇପାରେ । ଏହାଛଡ଼ା ବର୍ଡର ଗାଭାସ୍କର ଟ୍ରଫି ପାଇଁ ଦୀର୍ଘ ଦିନ ପରେ ଟେଷ୍ଟକୁ କମବ୍ୟାକ କରିପାରନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କିଛି ଦିନ ତଳେ ହାର୍ଦ୍ଦିକ ରେଡ୍ ବଲରେ ଅଭ୍ୟାସ କରୁଥିବାର ଦେକାଯାଇଛି । ତେଣୁ ସେ ଏହି ସିରିଜରେ ଦଳକୁ ପେରି ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.