fbpx

Captain ରୋହିତଙ୍କର ବିରାଟ କୀର୍ତ୍ତିମାନ: ୧୦ ହଜାର କ୍ଲବରେ ପାଦ ଥାପିଲେ ହିଟମ୍ୟାନ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏକ ବିରାଟ କୀର୍ତ୍ତିମାନ ରଚିଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା । ସୁପର-୪ ଷ୍ଟେଜରେ ଶ୍ରୀଲଙ୍କା ବିପକ୍ଷରେ ୨୨ ରନ୍ କରିବା ମାତ୍ରେ ଏକ ବିଶାଳ ରେକର୍ଡର ଅଧିକାରୀ ପାଲଟିଛନ୍ତି ହିଟମ୍ୟାନ୍ । ପାକିସ୍ତାନ ବିପକ୍ଷରେ ଦମଦାର ଅର୍ଦ୍ଧଶତକ ହାସଲ କରିବା ପରେ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୨୨ ରନ୍ କରି ନିଜ ନାମରେ ଏହି ରେକର୍ଡ କରିଛନ୍ତି ରୋହିତ । ୨୨ ରନ୍ କରିବା ମାତ୍ରେ ଦିନିକିଆ ଫର୍ମାଟରେ ୧୦ ହଜାର କ୍ଲବରେ ପାଦ ରଖିଛନ୍ତି ଅଧିନାୟକ ରୋହିତ ଶର୍ମା । ଏହି ବିରଳ ରେକର୍ଡ କରିବାରେ ସେ ଷଷ୍ଠ ଭାରତୀୟ କ୍ରିକେଟର ହୋଇଛନ୍ତି ।

ଏସିଆ କପ୍-୨୦୨୩ର ସୁପର-୪ ଷ୍ଟେଜରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ପାକିସ୍ତାନ ଉପରେ ବିଶାଳ ବିଜୟ କରିବା ପରେ ଶ୍ରୀଲଙ୍କାକୁ ମାତ୍ ଦେଇ ଫାଇନାଲ ଟିକେଟ ହାସଲ କରିବାକୁ ଲକ୍ଷ୍ୟ ରକିଛି ଟିମ ଇଣ୍ଡିଆ । ତେବେ ପାକିସ୍ତାନ ବିପକ୍ଷରେ ବିରାଟ କୋହଲି ୧୩ ହଜାର ରନ୍ କରି ରେକର୍ଡ ରଚିଥିବା ବେଳେ ଏହି ମ୍ୟାଚରେ ଅଧିନାୟକ ନିଜର ବ୍ୟାଟିଂ ଦକ୍ଷତା ଦେଖାଇଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ୨୨ ରନ୍ କରି ସେ ଏହି ଫର୍ମାଟରେ ୧୦ ହଜାର ରନ୍ କ୍ଲବରେ ପହଞ୍ଚିଛନ୍ତି । ତାଙ୍କ ପୂର୍ବରୁ ୫ ଜଣ ଖେଳାଳି ଏହି ମାଇଲଷ୍ଟୋନ ନିଜ ନାମରେ କରିଥିଲେ । ତେବେ ଷଷ୍ଠ ଭାରତୀୟ ଖେଳାଳି ଭାବରେ ରୋହିତ ଏହି ଉପଲବ୍ଧି ହାସଲ କରିଛନ୍ତି ।

 

ଅଧିନାୟକ ରୋହିତ ଶର୍ମାଙ୍କ ପୂର୍ବରୁ ଏହି ତାଲିକାରେ ୫ ଜଣ ଭାରତୀୟ ପହଞ୍ଚି ସାରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ ଏହି ଉପଲବ୍ଧି ହାସଲ କରିଥିବା ବେଳେ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ମଧ୍ୟ ଏହି ତାଲିକାରେ ରହିଛନ୍ତି । ତେବେ ୫ ଜଣ ଭାରତୀୟଙ୍କ ପରେ ଷଷ୍ଠ ଖେଳାଳି ଭାବରେ ରୋହିତ ଦିନିକିଆରେ ୧୦ ହଜାର ରନ୍ କରିବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.