fbpx
BJD SKY
BJD SKY

ଶୋରୁମରୁ ବାହାରିଲା କାର, ତରବର ହୋଇ ବ୍ରେକ ଜାଗାରେ ମାରିଲେ ଏକ୍ସିଲେଟର, ୬ଜଣଙ୍କୁ ଚଢାଇଦେଲା ଗାଡି

BJD

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟର ବାରଙ୍ଗଲ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣା କଥା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଏକ ଶୋରୁମରୁ ନୂଆ ଗାଡ଼ି କିଣି ଭିଡ଼ ଭିତରେ ପୂରାଇଲେ । ଯେଉଁଥିରେ ୬ଜଣ ଆହତ ହୋଇଛନ୍ତି । ଏଥିରେ ଜଣକ ଅବସ୍ଥା ଗୁରୁତର ରହିଛି । ଏହି ସଂପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଏକ କାର ଶୋ ରୁମରୁ ନୂଆ ଗାଡି କିଣି ବାହାରକୁ ଆସିଲେ । ବାହାରେ ଜନ ଗହଳି ଥିବାରୁ ତରବରରେ ଜାଣି ପାରିଲେନି ବ୍ରେକ ଯାଗାରେ ମାରିଲେ ଏକ୍ସିଲେଟର । ଫଳରେ ପାଖରେ ଚାଲୁଥିବା ଅଟୋ ଏବଂ କିଛି ଲୋକଙ୍କ ଉପରେ ଏହା ମାଡ଼ିଯାଇଥିଲା । ଦୁର୍ଘଟଣାରେ ୬ ଜଣ ଲୋକ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଁଚି ଆହତଙ୍କୁ ନିକଟ ହସ୍ପିଟାଲକୁ ପଠାଇବା ସହ ଆଇପିସି ଧାରା ୩୩୭ ଅନୁସାରେ ମାମଲା ରୁଜୁ କରାଯାଇଛି । ଏହା ବ୍ୟତୀତ ପୋଲିସ ନିଜର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.