fbpx

XBB-XBB.1.5-BA.2: ଭ୍ୟାକ୍ସିନ ନେବା ପରେ ବି ସଂକ୍ରମିତ କରୁଛି ନୂଆ ଭାରିଆଣ୍ଟ, ଏହାର ଲକ୍ଷଣ କ’ଣ

ନୂଆଦିଲ୍ଲୀ: ସାରା ଦୁନିଆରେ ଅନ୍ୟ ଭାରିଆଣ୍ଟ ତୁଳନାରେ ଏବେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ଚିନ୍ତା ବଢ଼ାଉଛି । ଭ୍ୟାକ୍ସିନ ନେବା ପରେ ଲୋକଙ୍କୁ ଏହା ସଂକ୍ରମିତ କରୁଛି । ଆମେରିକାର ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ମୁତାବକ, ଆମେରିକାର ୧୯ରୁ ୪୦ ପ୍ରତିଶତ ମାମଲା କରୋନାର ଓମିକ୍ରନର ଏହି ଭାରିଆଣ୍ଟ କାରଣରୁ ଆସିଛି ।

ସରଳ ଭାଷାରେ କହିବାକୁ ଗଲେ ଏକ୍ସବିବି ଓ ଏକ୍ସବିବି.୧.୫ ଦୁଇ ଭାରିଆଣ୍ଟ ବିଏ.୨ର ରିକମ୍ବିନେଟ । ଅର୍ଥାତ ଦୁଇ ଅଲଗା ଅଲଗା ଭାରିଆଣ୍ଟର ଜିନ୍ସ ମିଶି ଗୋଟିଏ ଭାଇରସ ସୃଷ୍ଟି ହୋଇଛି । ବିଶେଷଜ୍ଞଙ୍କ ମତରେ, ପୁରୁଣା ଏକ୍ସବିବି ତୁଳନାରେ ନୂଆ ଆମେରିକୀୟ ମୂଳ ରିକମ୍ବିନେଟ ଭାରିଆଣ୍ଟ ୯୬ ପ୍ରତିଶତ ଦ୍ରୁତ ସଂକ୍ରମଣ କରାଉଛି । ଗତବର୍ଷ ନ୍ୟୁୟର୍କରେ ସର୍ବପ୍ରଥମେ ଏହା ଚିହ୍ନଟ ହେବା ପରେ ଏହା ଲୋକଙ୍କ ସମସ୍ୟା ବଢ଼ାଇଥିଲା ।

ଏକ୍ସବିବି.୧.୫ ଭାରିଆଣ୍ଟର ପ୍ରମୁଖ ଲକ୍ଷଣ ମଧ୍ୟରେ ନାକ ବୋହିବା, ଗଳା ପ୍ରଦାହ, ବୁଖାର, ମୁଣ୍ଡବ୍ୟଥା, ଛିଙ୍କ, ଥଣ୍ଡା, କାଶ ଓ ସ୍ୱର କର୍କଶ ସାମିଲ ରହିଛି । ଓମିକ୍ରନର ଅନ୍ୟ ଭାରିଆଣ୍ଟଠାରୁ ଏହି ଭାରିଆଣ୍ଟ ସମ୍ପୂର୍ଣ୍ଣ ଅଲଗା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଯେତେ ସବୁ ଭାରିଆଣ୍ଟ ସାମ୍ନାକୁ ଆସିଛି, ଏହା ସବୁଠାରୁ ଦ୍ରୁତ ସଂକ୍ରମଣ କରାଉଛି । ଏହା ଅଧିକ ମାତ୍ରାରେ ଇମ୍ୟୁନିଟିକୁ ମାତ୍ ଦେବାରେ ସକ୍ଷମ ହୋଇଥାଏ ।

Get real time updates directly on you device, subscribe now.