ସମ୍ବଲପୁର: ସକାଳୁ ସକାଳୁ ବଡ଼ ଦୁର୍ଘଟଣା। ବୁର୍ଲାଥାନା ଲଡ଼ୁଖାଇ ନିକଟରେ ଘଟିଛି ବଡ଼ ଦୁର୍ଘଟଣା। ସୂଚନାନୁଯାୟୀ, ଡିଭାଇଡରରେ ପିଟିହୋଇ କାର୍ ଓଲଟିପଡ଼ିଛି। ଏହାପରେ ଏହି ଦୁର୍ଘଟଣାଗ୍ରସ୍ତ କାର ପଛକୁ ଧକ୍କା ଦେଲା ଟ୍ରକ୍।
ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିବା ଜଣାପଡିଛି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ଏମାନଙ୍କର ଚିକିତ୍ସା କରୁଛନ୍ତି।