କୋଣାର୍କ: ଗୋପ-କୋଣାର୍କ ରାସ୍ତାର ବଜାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଆମ୍ବ ଗଛରେ କାର ପିଟି ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି ।
ସୂଚନାରୁ ପ୍ରକାଶ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଗୋପ ରୁ କୋଣାର୍କ ମୁଖ୍ୟରାସ୍ତା ଜୁଣେଇ ନିକଟରେ ଦ୍ରୁତ ବେଗରେ ଆସୁଥିବା ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବ । ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଦ୍ରୁତଗାମୀ ଧଳା ରଂଗର ଏକ SWIFT କାର (ନମ୍ବର OD 02BT 5363) । ଏହି କାରଟି ଭାରସାମ୍ୟ ହରାଇ ଜୁଣେଇ ବଜାର ନିକଟରେ ଥିବା ଏକ ଆମ୍ବ ଗଛକୁ ସିଧା ଧକ୍କା ଦେଇଥିଲା । ଦୃର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋମା ଫୁଟିଲା ପରି ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ଉଠିପଡି ଦୌଡ଼ି ଘଟଣା ସ୍ଥଳରେ ପହଁଚିଥିଲେ ପରେ କୋଣାର୍କ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କୋଣାର୍କ ପୋଲିସ ସହ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣା ସ୍ଥଳରେପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଗ୍ୟାସ କଟର ସାହାଯ୍ୟରେ କାରକୁ ଅଗ୍ନିଶମ କର୍ମଚାରୀ ପ୍ରଥେମ କାଟି କାର ମଧ୍ୟରୁ ତିନିଜଣଙ୍କୁ ଉନ୍ଧାର କରିଥିଲେ । ପ୍ରଥମେ ଗୋପ ମେଡିକାଲ ନେବାବେଳେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଭୂବନେଶ୍ୱର ଡାକ୍ତରଖାନାକୁ ପଠାଇଦେଥିଲେ । ମୃତକ ଦୁଇ ଜଣଯୁବକ ହେଲେ ଘର ନିଆଳି ଥାନା ଅଂଚଳ ବିନିସପୁର ଗ୍ରାମର ବିଶ୍ୱଜିତ୍ ସାହୁ ଓ ପ୍ରଦୀପ୍ତ ସାହୁ । ଗୁରୁତ୍ୱର ଯୁବକ ଙ୍କ ନାମ ତପନ ସାହୁବୋଲି ଜଣପଡ଼ିଛି । ସିସି ଟିଭିରେ ସମ୍ପୂର୍ଣ୍ଣ ଘଟଣା କଏଦେ ହୋଇଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।