fbpx

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକକୁ ପିଟିଲା କାର୍, ଅକାଳରେ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୧୩ା୨: ଉତ୍ତରପ୍ରଦେଶର କନୌଜ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଭୟଙ୍କର ଦୁର୍ଘଟଣା ଆଗ୍ରା ଏକ୍ସପ୍ରେସୱେରେ ଘଟିଥିବା ଖବର ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ଜଣାପଡ଼ିଛି ।

ବିପରୀତ ଦିଗରୁ ଆସୁଥିବା ଏକ କାର ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପିଟିଥିଲା । ଫଳରେ ଘଟଣାସ୍ଥଳରେ କାରରେ ଥିବା ୬ ଜଣଙ୍କ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁବରଣ କରିଥିବା ଯାତ୍ରୀମାନେ ଗୋଟିଏ ପରିବାରର ବୋଲି ଚିହ୍ନଟ କରାଯାଇଛି । ତେବେ ପୋଲିସ ମୃତକଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ସହ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.