fbpx

ଆଠଗଡ଼ ବନ୍ୟାପାଣିରେ ଭାସିଗଲା କାର୍: ଅଳ୍ପକେ ବର୍ତ୍ତିଲେ ୪ ଜଣ

ଆଠଗଡ଼(ଓଡ଼ିଶା ଭାସ୍କର): ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବନ୍ୟାପାଣି ମାଡ଼ିଆସିବା ଫଳରେ ଅନେକ ରାସସ୍ତାଘାଟ ବନ୍ଦ ହୋଇ ପଡ଼ିଛି । ଏହାରି ମଧ୍ୟରେ ବନ୍ୟାପାଣିରେ ଏକ କାର ଭାସିଯିବା ଖବର ସାମ୍ନାକୁ ଆସିଛି । କାରରେ ଥିବା ୪ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ।

ତେବେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଘଣ୍ଟିଖାଲରେ କାରଟି ଫସିଯାଇଥିବା ଜଣାପଡିଛି । ରାତି ୧୧ଟାରୁ ୨ଟା ପର୍ଯ୍ୟନ୍ତ ସେମାନେ ପାଣିରେ ଫସି ରହିଥିଲେ । ରାସ୍ତାର ନିଧିପୁର ଗଡ଼ାରେ କାରଟି ଭାସିଯାଇଥିଲା । ୪ ଯାତ୍ରୀ କାରରୁ ବାହାରି ଆସିଥିଲେ ବି ପାଣିରେ ଫସି ଯାଇଥିଲେ ।

Get real time updates directly on you device, subscribe now.