ବାପାକୁ ମୁଖାଗ୍ନି ଦେଇପାରିଲାନି ପୁଅ, ଦୁର୍ଘଟଣାରେ ଚାଲିଗଲା ପୁଅବୋହୂଙ୍କ ଜୀବନ

ବାପାଙ୍କ ମୃତ୍ୟୁ ଖବର ଶୁଣି ଯାଉଥିବା ବେଳେ ଦୁର୍ଘଟଣା । ଅଧାବାଟରେ ଚାଲିଗଲା ପୂଆ ବୋହୂଙ୍କ ଜୀବନ ।

ବୌଦ୍ଧ: ବାପାଙ୍କ ମୃତ୍ୟୁ ଖବର ଶୁଣି ଯାଉଥିବା ବେଳେ ଦୁର୍ଘଟଣା । ଅଧାବାଟରେ ଚାଲିଗଲା ପୂଆ ବୋହୂଙ୍କ ଜୀବନ । ବୌଦ୍ଧ ଥାନା ରମ୍ଭିକଟା ଟୋଲଗେଟ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ରାସ୍ତା କଡ଼ରେ ଛିଡ଼ାହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା କାର୍। ଘଟଣା ସ୍ଥଳରେ ପତିପତ୍ନୀଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, ଗତ ରାତିରେ ହଟାଠ ବାପାଙ୍କ ଦେହାନ୍ତ ଖବର ପାଇ ସବ ସତ୍କାର କରିବା ପାଇଁ କଳାହାଣ୍ଡି ଜିଲ୍ଲା ନୂଆପଡ଼ାରୁ ନିଜ ଗାଁ ଗଣିଆ ଅଭିମୁଖେ ଯାଉଥିଲେ ସ୍ବାମୀ ସ୍ତ୍ରୀ। ବୌଦ୍ଧ ନୂଆପଡ଼ା ଟୋଲ୍ ଗେଟ୍ ନିକଟରେ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସାମ୍ନା ପଟୁ ତାଙ୍କ କାର୍ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ରାଜ କିଶୋର ସାହୁ ଓ ସ୍ତ୍ରୀ ମିନାକ୍ଷୀ ସାହୁ ।