ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟରେ ଟ୍ରାଫିକ ସମସ୍ୟା କହିଲେ ନସରେ । ତେବେ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଟ୍ରାଫିମ ନିୟମ ଲାଗୁ କରାଯିବା ସହ ଜୋରିମାନା ମଧ୍ୟ ଆଦାୟ କରାଯାଇଥାଏ । ତେବେ ରାସ୍ତାରେ ଯଦି କୌଣସି ଆମ୍ବୁଲାନ୍ସ ବା ଜରୁରୀକାଳୀନ ଯାନ ଯାଉଥିବ, ତେବେ ତାକୁ ରାସ୍ତା ଛାଡ଼ିଦେବାକୁ ନିୟମ ରହିଛି । ମାତ୍ର ଅନେକ ସମୟରେ କିଛି ଲୋକ ଏହାକୁ ବେଖାତିର କରିଥାନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ଜଣେ କାର ଚାଳକଙ୍କୁ ମହଙ୍ଗା ପଡ଼ିଛି ।
ସୂଚନା ମୁତାବକ, ଘଟଣାଟି ଆସିଛି କେରଳରୁ । ଜଣେ ବ୍ୟକ୍ତି କାର ଚଳାଉଥିବା ସମୟରେ ତାଙ୍କ ପଛରେ ଗୋଟିଏ ଆମ୍ବୁଲାନ୍ସ ଆସୁଥିଲା । ତେବେ କାର ଚାଳକ ଆମ୍ବୁଲାନ୍ସକୁ ଆଗକୁ ଯିବାକୁ ବାଟ ଛାଡ଼ିନଥିଲେ । ଆମ୍ବୁଲାନ୍ସଟି ଜଣେ ରୋଗୀଙ୍କୁ ନେଇ ଯାଉଥିଲା । ତେବେ ଏହି ଘଟଣାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା ଆକ୍ସନ ନିଆଯାଇ କାର ମାଲିକଙ୍କ ଉପରେ ୨.୫ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ କାର ମାଲିକଙ୍କ ଘରକୁ ଯାଇ ଏହି ଫାଇନ୍ ଧରାଇ ଦେଇଥିବା ଜଣାପଡ଼ିଛି । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
Car Owner Fined ₹2.5 Lakh and License Revoked for Blocking Ambulance#Kerala #Car #Ambulance
Read Full Story Herehttps://t.co/tjv0yCkua7 pic.twitter.com/NLtqUJjCcR
— The Munsif Digital (@munsifdigital) November 17, 2024