ଆସିକା: ବର୍ତ୍ତମାନ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଚଳନ୍ତା କାର୍ର ଚକ ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ, କୋଟିନଡ଼ା ଥାନା ନୂଆପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭାରସାମ୍ୟ ହରାଇ ଘର ଭିତରକୁ ପଶିଯାଇଛି କାର୍। ଦୁର୍ଘଟଣାରେ ଜଣେ ଗୁରୁତର ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର। କାର୍ଟି ସମ୍ବଲପୁରରୁ ପଥରା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଏନ୍ଏଚ୍ରେ ଜଳିଗଲା ଟ୍ରକ୍: ବାରିପଦାରେ ଡିଭାଇଡରକୁ ଧକ୍କା ଦେଇ ଜଳିଗଲା ଟମାଟୋ ବୋଝେଇ ଟ୍ରକ୍। ୧୮ ନମ୍ବର ଏନ୍ଏଚ୍ ଝାରପୋଖରିଆ ଥାନା ମୁଣ୍ଡାକଟା ଛକରେ ଏହି ଦୁର୍ଘଟଣା ଘଟିଛି। ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ହେଲପର। ନିଆଁକୁ ଆୟତ୍ତ ମଧ୍ୟ କରାଯାଇଛି।