fbpx

ରଥଯାତ୍ରା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଗଜପତିଙ୍କ ଚିଠି

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ପବିତ୍ର ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ରଥଯାତ୍ରା ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବା ପାଇଁ ଗଜପତି ମହାରାଜା ଚିଠିରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ମୁଁ ଏହି ସମ୍ପର୍କରେ ମୋର ମତ ଦେଇଛି । ସ୍ନାନଯାତ୍ରା, ଚନ୍ଦନଯାତ୍ରା ନେଇ ମଧ୍ୟ ଶୀଘ୍ର ନିଷ୍ପତ୍ତି ନିଆଯାଉ ବୋଲି ସେ କହିଛନ୍ତି । ଚଳିତ ମାସ ୨୬ରେ ଅକ୍ଷୟ ତୃତୀୟା ପଡ଼ୁଛି । ତେଣୁ ବିଳମ୍ବ ନକରି ନିଷ୍ପତ୍ତି ନେବାକୁ ହେବ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କରୋନା ସ୍ଥିତି ନେଇ ଉଭୟ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । କରୋନା ନେଇ ବିଶ୍ୱରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାର ପ୍ରଭାବ ଦେଶ ଓ ରାଜ୍ୟ ଉପରେ ମଧ୍ୟ ପଡ଼ିଛି । ଏହି ପରିସ୍ଥିତିରେ ଏହି ସବୁ କାର୍ଯ୍ୟ ହେବ କି ନାହିଁ ଏନେଇ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଗଜପତି ମହାରାଜା ଚିଠି ଲେଖିଛନ୍ତି ।

Get real time updates directly on you device, subscribe now.