fbpx

ସେମିଫାଇନାଲରେ ଆଗୁଆ ଥିଲେ,ମ୍ୟାଚରେ ଆହତ ହେଲେ, ଅଲିମ୍ପିକ୍ସରୁ ଓହରିବାରୁ କୋର୍ଟରେ ଗଡି କାନ୍ଦିଲେ କୈରୋଲିନା ମାରିନ

ଓଡିଶା ଭାସ୍କର: ପୂର୍ବ ଅଲିମ୍ପିକ୍ସ ଚାମ୍ପିଅନ କୈରୋଲିନା ମାରିନ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି । ସେମିଫାଇନାଲ ମ୍ୟାଚରେ ତାଙ୍କୁ ଆହତ ସମସ୍ୟା ଦେଇ ଗତି କରିବାକୁ ପଡିଛି । ତାଙ୍କର ଡାହାଣ ଗୋଡର ଆଣ୍ଠୁରେ ଆଘାତ ଲାଗିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ତାହାସହ ଭାବବିହ୍ୱଳ ହୋଇ ମ୍ୟାଚ ମଝିରେ କୋର୍ଟରେ ହିଁ ଗଡି କାନ୍ଦିଛନ୍ତି ଏହି ସ୍ପେନ ସୁପରଷ୍ଟାର ବ୍ୟାଡମିଣ୍ଟନ ଖେଳାଳି କୈରୋଲିନା ।

ପ୍ରକାଶଥାଉ ଯେ, ମାରିନ ନିଜର ସେମିଫାଇନାଲ ମ୍ୟାଚରେ ଚୀନର ୱିଙ୍ଗ ଜିଆଓଙ୍କ ବିପକ୍ଷରେ ୨୧-୧୪, ୧୦-୬ ଗେମରେ ଆଗୁଆ ଥିଲେ । ମାତ୍ର ନିୟତିର ନିୟମ ଆଗରେ ସେ ନତମସ୍ତକ ହୋଇଛନ୍ତି ଓ ଅଲିମ୍ପିକ୍ସରୁ ଓହରିଯାଇଛନ୍ତି । ତାଙ୍କୁ ଆଘାତ ସମସ୍ୟା ଭୋଗିବାକୁ ପଡିଛି । ସେମିଫାଇନାଲ ମ୍ୟାଚର ଦ୍ୱିତୀୟ ଗେମରେ କୈରୋଲିନାଙ୍କୁ ଏଭଳି ସମସ୍ୟା ଦେଇ ଗତି କରିବାକୁ ପଡିଛି । ନିଜର ଏକ ବ୍ୟାକହ୍ୟାଣ୍ଡ ସାଇଟ ରିଟନ ସଟ ଲଗାଇବା ପାଇଁ ସେ ଡେଇଁ ପଡିଥିଲେ । ଯାହାଫଳରେ ତାଙ୍କର ଡାହାଣ ଗୋଡରେ ଅସାଧାରଣ ସମସ୍ୟା ଦେଖାଗଲା । କୋର୍ଟରେ ସେ ପଡିଗଲେ ଓ ପଡିବା ପରେ ସେ ତୁରନ୍ତ ଭୋ-ଭୋ ହୋଇ କାନ୍ଦିବାରେ ଲାଗିଲେ । କାରଣ କୈରୋଲିନା ଜାଣି ସାରିଥିଲେ ସେ ଆଉ ଏହି ଅଲିମ୍ପିକ୍ସ ଖେଳି ପାରିବେ ନାହିଁ ।ଯଦିଓ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟୀର ଥାଇ । ମାରିନଙ୍କ ଏହି ସମସ୍ୟା ପରେ ତୁରନ୍ତ ମେଡିକାଲ ଷ୍ଟାଫ ଆସି ତାଙ୍କର ଚିକିତ୍ସା କରିଥିଲେ । କିନ୍ତୁ, କିଛି ସମୟ ପରେ ସେ ଆଉ ଖେଳି ପାରି ନଥିଲେ । ଯାହା ଫଳରେ ସେ କାନ୍ଦିବାରେ ଲାଗିଲେ । ରିଓ ଚାମ୍ପିଅନ କୈରୋଲିନାଙ୍କ ଏଭଳି ଦୃଶ୍ୟ ସମସ୍ତଙ୍କୁ ନିରାଶ କରିଛି ।

Get real time updates directly on you device, subscribe now.