ବାଲେଶ୍ୱର: କରମଣ୍ଡଳ ରେଳ ଦୂର୍ଘଟଣାରେ ସାହାଯ୍ୟର ହାତ ବଢାଇଲେ ଅଭିନେତ୍ରୀ ରାଣୀ ପଣ୍ଡା। ଆହତଙ୍କ ଚିକିତ୍ସା ନିମନ୍ତେ ସେ ସରକାରଙ୍କ ପାଣ୍ଠିକୁ ୨ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେ କହିଥିଲେ ଏହା ହେଉଛି ଏକ ହୃଦୟ ବିଦାରକ ଦୃଶ୍ୟ। ସେ ଆଜି ଦୂର୍ଘଟଣା ବିଷୟରେ ଖବର ପାଇ ତୁରନ୍ତ ଘଟଣାସ୍ଥଳ ପାଇଁ ବାହାରି ଆସି ଥିଲେ। ଘଟଣାସ୍ଥଳର ଚାରିଆଡ଼େ ବୁଲି କରି ଦେଖିଥିଲେ । ସେ କହିଥିଲେ ଯେ ଏଥିରେ ବହୁ ପରିବାରର ସଦସ୍ୟଙ୍କର କ୍ଷତି ଘଟିଛି । ଏଥିପାଇଁ ସେ ବହୁତ ଦୂଃଖ ପ୍ରକାଶ କରିି କାନ୍ଦିଥିଲେ ଏବଂ ଆହତଙ୍କ ପରିବାର ଲୋକଙ୍କୁ ସାନ୍ତନା ଦେଇ କହିଥିଲେ ଯେ ଯାତ୍ରୀ ମାନେ ଶୀଘ୍ର ସୁସ୍ଥ ହୋଇଯିବେ ।