fbpx

ଦୀପାବଳି ଓ ଛଟ୍ ପୂଜା ପାଇଁ ଟ୍ରେନ୍ ଯାତ୍ରା କରୁଥିଲେ ସାବଧାନ୍! ଏହି ସାମଗ୍ରୀ ନେଉଥିଲେ ହୋଇପାରେ ୩ ବର୍ଷ ଜେଲ

ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ଲୋକ ଯାତ୍ରା କରୁଛନ୍ତି । ଏହା ସହ କିଛି ପର୍ବ-ପର୍ବାଣୀ ଆସିଲେ ଯାତ୍ରୀଙ୍କ ସଂଖ୍ୟା ଅଧିକ ବଢ଼ିଯାଏ । ଏବେ ଦୀପାବଳି ଓ ଛଟ ପୂଜା ପାଇଁ ଲୋକମାନେ ନିଜ ନିଜ ଘରକୁ ଯାଉଛନ୍ତି । ଏପରି ପରିସ୍ଥିତିରେ ରେଲୱେ ଷ୍ଟେସନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଏହା ସହ ରେଲୱେ ପକ୍ଷରୁ କିଛି ସାମଗ୍ରୀ ବ୍ୟାନ୍ କରାଯାଇଛି, ଯାହାକୁ ନେଇ ଯାତ୍ରୀମାନେ ଯାତ୍ରା କରିପାରିବେ ନାହିଁ । ଯଦି ଆପଣ ଏହାକୁ ଉଲ୍ଲଙ୍ଘନ କରନ୍ତି, ତେବେ ଆପଣଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିପାରେ ।

ରେଳ ରେ ସବୁ ବର୍ଗର ଲୋକ ଯାତ୍ରା କରିଥାନ୍ତି । ଏହା ସହ ପ୍ରତ୍ୟେକଙ୍କ ଜୀବନ ମଧ୍ୟ ମୂଲ୍ୟବାନ ହୋଇଥାଏ । ଏପରି ପରିସ୍ଥିତିରେ ରେଳ ଯାତ୍ରୀ ଏମିିତି କିଛି ବି ଜିନିଷ ନେଇପାରିବେ ନାହିଁ, ଯାହାଦ୍ୱାରା ଅନ୍ୟ ଲୋକଙ୍କ ଜୀବନକୁ ବିପଦ ରହିଛି । ବେଷ୍ଟ ସେଣ୍ଟ୍ରାଲ ରେଲେୱ ଏହାକୁ ନେଇ ଟ୍ୱିଟ କରିଛି ।

ଏହି ଟ୍ୱିଟରେ ଲେଖାଯାଇଛି ଯେ ଟ୍ରେନରେ ବାଣ ନେଇ ଯାଇପାରିବେ ନାହିଁ । ଏହାସହିତ ଟ୍ରେନରେ ଜ୍ୱଳନଶୀଳ ସାମଗ୍ରୀ କିମ୍ବା କୌଣସି ବିସ୍ପୋଟକ ଜିନିଷ ନେଇପାରିବେ ନାହିଁ । ଏମିତିରେ ଲୋକଙ୍କୁ ସଚେତନ କରିବା ପାଇଁ ରେଳ ବିଭାଗ ତରଫରୁ ଏକ ଟ୍ୱିଟ ଜାରି କରାଯାଇଛି । ତେଣୁ ଯାତ୍ରୀ ମାନେ ପେଟ୍ରୋଲ, ଡିଜେଲ, କିରୋସିନ, ବାଣ, ଗ୍ୟାସ ସିଲିଣ୍ଡର, ଗନ୍ ପାଉଡର ଭଳି କ୍ଷତିକାରକ ଜିନିଷ ଟ୍ରେନରେ ନେଇ ଯାତ୍ରା କରିପାରିବେ ନାହିଁ ।

ଏହାବ୍ୟତିତ ଆମେ ଆଗରୁ ଆପଣଙ୍କୁ କହିଛୁ ଯେ ଟ୍ରେନରେ ଆପଣ ଚୁଲ୍ଲା, ଗ୍ୟାସ ତଥା ଓଭନ ମଧ୍ୟ ନେଇପାରିବେ ନାହିଁ । ଏହାସହିତ ଟ୍ରେନରେ କୌଣସି ଡବ୍ଦାରେ କିମ୍ବା ଷ୍ଟେସନରେ ଆପଣ ସିଗାରେଟ ଜଳାଇପାରିବେ ନାହିଁ । ଟ୍ରେନରେ ଜ୍ୱଳନଶୀଳ ଓ ବିସ୍ପୋଟକ ସାମଗ୍ରୀ ନେଇପାରିବେ ନାର୍ହି । ଯଦି ଏମିତିରେ କେହି ବି ଧରାପଡ଼ନ୍ତି ତେବେ ରେଳ ବିଭାଗ ର ଆକ୍ଟ ୧୯୮୯ ଧାରା ୧୬୪ ଓ ୧ ୬୫ ଅନ୍ତର୍ଗତ ଦଣ୍ଡ ଭୋଗିବାକୁ ପଡ଼ିବ । ଏପରି ପରିସ୍ଥିତିରେ ହଜାର ଟଙ୍କାର ଜରିମାନା ସହିତ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଆପଣଙ୍କ ଭୋଗିପାରନ୍ତି ।

Get real time updates directly on you device, subscribe now.