fbpx

କାର୍ଟୁନିଷ୍ଟ କିଶୋର ରଥଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ହୋଇଯାଇଛି । ୫୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି । ସମ୍ବାଦରେ କଟାକ୍ଷ କିଶୋର କାର୍ଟୁନ୍ ଲାଗି ଘରେ ଘରେ ପରିଚିତ ଥିଲେ କିଶୋର । ଗତ ଦୁଇ ଦିନ ହେଲା ସେ ଅସୁସ୍ଥ ଥିଲେ । ଗତରାତିରେ ନିଶ୍ୱାସପ୍ରଶ୍ୱାସ ନେବାରେ ତାଙ୍କୁ କଷ୍ଟ ହୋଇଥିଲା । ତେଣୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଇସିଜି କରିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ସୂଚନା ମିଳିଛି । ତେବେ ତାଙ୍କୁ ମୃତ୍ୟୁ ନେଇ କିଶୋରଙ୍କ ପୁଅ ଦେବଦଳନ ରଥ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.