fbpx

ଦିନକରେ ଦେଶରୁ ବାହାରିଲେ ୨.୦୯ ଲକ୍ଷ କୋଭିଡ୍ ପଜିଟିଭ୍, ୯୫୯ ମୃତ

Advertisement

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର କମୁଥିବା ଦେଖିବାକୁ ମିଳିଛି । ଦିନକରେ ୨ ଲକ୍ଷ ୦୯ ହଜାର ୯୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୩୧,୨୬୮ ହୋଇଯାଇଛି । ଦୈନିକ ପଜିଟିଭ୍ ହାର ୧୫.୭୭ ପ୍ରତିଶତ ରହିଛି । ସେହିପରି ଦିନକରେ ୯୫୯ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୫ ହଜାର ୫୦ ରେ ପହଞ୍ଚିଛି । ଏଥିସହିତ ଦେଶରେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨,୬୨,୬୨୮ ଜଣ ଆକ୍ରାନ୍ତ । ଏହାକୁ ମୋଟ ସୁସ୍ଥ ହୋଇଛନ୍ତି ୩ କୋଟି ୮୯ ଲକ୍ଷ ୭୬ ହଜାର ୧୨୨ ଜଣ ସଂକ୍ରମିତ । ଅନ୍ୟପଟେ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ଜୋରଦାର୍ ହେଉଛି । ଏବେସୁଦ୍ଧା ମୋଟ ଟିକା ନେଲେଣି ୧୬୬ କୋଟି ୩ ଲକ୍ଷରୁ ଅଧିକ ଲୋକ ।

 

Get real time updates directly on you device, subscribe now.